ସ୍ତ୍ରୀ ଓ ନବଜାତକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ଦୁଇବର୍ଷର ପୁଅକୁ କଲେ ବିକ୍ରି

ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ନବଜାତକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ନିଜର ଦୁଇବର୍ଷର ପୁଅକୁ ବିକ୍ରି କରି ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିକ୍ରି ହୋଇଥିବା ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ ସନ୍ତୋଷ କୁମାର ମିଶ୍ରା କହିଛନ୍ତି,‘ବରୱା ପଟ୍ଟିରେ ବସବାସ କରୁଥିବା ହରିଶ ପଟେଲ ସ୍ତ୍ରୀଙ୍କ ପ୍ରସବ ସମୟ ହୋଇଯାଇଥିବାରୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶିଶୁର ଜନ୍ମ ପରେ ହସ୍ପିଟାଲ ଖର୍ଚ୍ଚ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ତେଣୁ ହସ୍ପିଟାଲରୁ ହରିଶଙ୍କ ନବଜାତ ଓ ତାଙ୍କ ସ୍ତ୍ରୀଙ୍କୁ ଛୁଟି ମିଳି ନଥିଲା। ଟଙ୍କା ପାଇଁ ହରିଶ ହସ୍ପିଟାଲରେ ଥିବା କିଛିଲୋକଙ୍କ ଚାପରେ ନିଜର ତିନିବର୍ଷର ପୁଅକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାର ସୂଚନା ମିଳିବା ପରେ ପୁଲିସ ଓ ପ୍ରଶାସନ ସଙ୍ଗେସଙ୍ଗେ ଯାଞ୍ଚ ଆରମ୍ଭ କରି ହରିଶଙ୍କ ଶିଶୁକୁ କିଣି ନେଇଥିବା ଦମ୍ପତିଙ୍କ ସୂଚନା ପାଇ ସେମାନଙ୍କ ନିକଟରେ ପହଞ୍ଚି ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଘଟଣାରରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ପୁଲିସ ଗିରଫ କରି ଯାଞ୍ଚ ଆରମ୍ଭ କରିଛି। ଗିରଫ ୫ଜଣଙ୍କ ନାମ ଉମରେଶ ଯାଦବ, ଭୋଳା ଯାଦବ, କଲାବତୀ ଯାଦବ, ନକଲି ଡାକ୍ତର ତାରା କୁଶବାହ ଓ ହସ୍ପିଟାଲର ଜଣେ ସହାୟକ ସୁଙ୍ଗାତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.