କଟକ,୦୯-୦୯-୨୦୨୪(ପିପିଏସ) : ବନ୍ଦ ଘରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ । ସୋମବାର କଟକ ସିଡିଏ ସେକ୍ଟର -୯ ସ୍ଥିତ ଭଡା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ସେ କାର୍ଯ୍ୟରତ ଥିଲେ । ମୃତ ଅଧ୍ୟାପିକାଙ୍କ ନାମ ଅନନ୍ୟା ଚକ୍ରବର୍ତ୍ତୀ । ତାଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, କିମ୍ବା ତାଙ୍କୁ କିଏ ହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।