ସ୍ବର୍ଣ୍ଣ ଜିତିଲେ ଇନକମ ଟ୍ୟାକ୍ସ ଇନ୍ସପେକ୍ଟର

ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଭାରତ ଏ ପର୍ଯ୍ୟନ୍ତ ୭ ସ୍ଵର୍ଣ୍ଣ, ୯ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତି ସାରିଛି। ଅର୍ଥାତ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଭାରତ ଚଳିତ ପାରା ଅଲିମ୍ପିକ୍ସରେ ପଦକ ତାଲିକାରେ ୧୬ମ ସ୍ଥାନରେ ରହିଛି। ଯାହା ଆମ ଦେଶ ପାଇଁ ଗୌରବର ବିଷୟ। ଗତଶନିବାର ପୁରୁଷ ଜାଭେଲିନ ପ୍ରତିଯୋଗିତାି ଫାଇନାଲ୍‌ରେ ନବଦୀପ ସିଂହ ନିଜର ଦ୍ଵିତୀୟ ପ୍ରୟାସରେ ୪୭.୩୨ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ। ଏହାପରେ ଇରାନର ସାଦେଘ ସୟାହ ବେତ ୪୭.୬୪ ମିଟର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଥିଲେ। 

ଇରାନର ସାଦେଘ ବେତ୍ ସୟାହ ପରବର୍ତ୍ତୀ ସମୟରେ ବିବାଦୀୟ ପତାକା ପ୍ରଦର୍ଶନ କରିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଫଳରେ ନବଦୀପଙ୍କ ହାତକୁ ସ୍ୱର୍ଣ୍ଣ ପଦକ ଚାଲି ଆସିଥିଲା । ନବଦୀପଙ୍କ ବ୍ୟକ୍ତିଗତ କଥା କହିବାକୁ ଗଲେ ପାରାଲିମ୍ପିକ୍ ଖେଳାଳି ନବଦୀପ ସିଂଙ୍କର ଉଚ୍ଚତା ଖୁବ ଛୋଟ । ଏହା ସତ୍ତ୍ବେ ବି ସେ କେବେ ହାର ମାନି ନାହାନ୍ତି। ସାରା ବିଶ୍ୱରେ ସଫଳତା ହାସଲ କରିଛନ୍ତି । ସେ ୪୦.୦୫ ଜାଭେଲିନ୍ ପକାଇ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ -୨୦୨୩ ରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ।ଏହା ବ୍ୟତୀତ ସେ ଏସୀୟ ପାରା ଗେମ୍ସ -୨୦୨୪ରେ ଚତୁର୍ଥ ସ୍ଥାନରେ ରହିଥିଲେ । ଚଳିତ ଥର ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନବଦୀପ ମଲିକଙ୍କ ପରିବାର ହରିୟାଣାର ପାନିପତର ବୁଲାନା ଲାଖୁ ଗ୍ରାମରେ ବସବାସ କରନ୍ତି। ତାଙ୍କର ଜନ୍ମ ୨୦୦୦ ମସିହାରେ ନଭେମ୍ବର ୧୧ରେ ହୋଇଥିଲା। ଛୋଟ ଉଚ୍ଚତା ସତ୍ତ୍ବେ ନବଦୀପ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ବିଏ ହିନ୍ଦୀ(ଅନର୍ସ)ରେ ପାଠପଢ଼ି ବେଙ୍ଗାଲୁରୁରେ ଆୟକର ଅଧିକାରୀ ଭାବେ କାମ କରୁଛନ୍ତି

Leave A Reply

Your email address will not be published.