Browsing Category

ପାଣିପାଗ

ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ

ଭୀଷଣ ବର୍ଷା ନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି। ମୟୂରଭଂଜ ଜିଲ୍ଲାରେ ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) :

ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ : ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି

ବାରିପଦା/ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ୍‌। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ

ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗିନ ହୋଇପଡିଛି। ବୁଡିଛି ଜାତୀୟ ରାଜପଥର ସମସ୍ତ ପୋଲ। ପୋଲ ଉପରେ ୮ରୁ ୧୦ ଫୁଟର ପାଣି ବୋହୁଛି। ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକକୁ ଯାତାୟତ ଠପ ହୋଇଯାଇଛି ।

ବର୍ଷାରେ ବେହାଲ ଜନଜୀବନ…

ଲାଞ୍ଜିଗଡ଼/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ରବିବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଛାଡିବାର ନାଁ ଧରୁନି। ୨୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡ଼ିଛି। ବିଭିନ୍ନ ଖାଲୁଆ

ଲଗାଣ ବର୍ଷାରେ ବଢୁଛି କୋଲାବ ନଦୀର ଜଳସ୍ତର : ଅନେକ ଗାଁ ଜଳବନ୍ଦୀ

କୋରାପୁଟ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଲଗାଣ ବର୍ଷା ଯୋଗୁ ମାଲକାନଗିରି ଭଳି କୋରାପୁଟ ଜିଲ୍ଲାରେ ମଧ୍ୟ ଗତକାଲିଠୁ ଜଳ ପ୍ରଳୟ ସ୍ଥିତି ଉପୁଜିଛି । କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି । ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ପାଣି ଚାଲୁଛି । ଫଳରେ କୁନ୍ଦୁରା

ମଧ୍ୟାହ୍ନରେ ପୁରୀ ଅତିକ୍ରମ କରିବ ଗଭୀର ଅବପାତ : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପୁରୀଠାରୁ ୧୧୦ କିମି ଦୂର

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ : ୧୧ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଉତ୍ତର ପଶ୍ଚିମକୁ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁଇବ । ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।