କାଳ ବୈଶାଖି ଝଡ଼ର ତାଣ୍ଡବଲୀଳା
ଫିରିଙ୍ଗିଆ,୪l୪: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଳକର ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରେ କାଳ ବୈଶାଖି ଝଡ଼ର ତାଣ୍ଡବ ଯୋଗୁଁ ନୀରିହ ଜନତା ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି ।ଘଟଣାରୁ ଜଣାପଡ଼ିଛି ଯେ ଗତକାଲି ଅପରାହ୍ନ ୨ଟା ସମଯରେ ହଠାତ ଏକ କଳାହାଣ୍ଡିଆ ମେଘ ମାଡ଼ିଅସିଥିଲା ଓ ପ୍ରଥମେ ଧିରେ ଧିରେ ପବନ ବହିଥିଲା ଓ ପରେ ସାଧାରଣ ବର୍ଷା ଆରମ୍ଭ ହୋଇଥିଲା ପରେ ପରେ ତୀବ୍ରଗତିରେ ପବନ ସମେତ ବର୍ଷା ଓ କୁଆପଥର ମାଡ଼ ହେବାରୁ ଅନେକ ଗ୍ରାମରେ ବିଦ୍ୟୁତ ତାର ସମେତ ଅନେକ ଘରଗୁଡ଼ିକର ଛପର କୁ ମଧ୍ୟ ଉଡ଼ାଇ ନେଇଥିଲା । ଅନେକ ସ୍ଥାନରେ ଗଛ ଗୁଡ଼ିକ ଭାଙ୍ଗି ରାସ୍ତାରେ ପଡ଼ିଯିବାରୁ ଯାତାୟତରେ ବାଧାସୃଷ୍ଟି ହୋଇଥିଲା !କିଛି ସମୟ ପରେ ବର୍ଷା ଓ ପବନର ଗତି ଥମିବାରୁ ବିଦ୍ୟୁତ କର୍ମଚାରୀ ଆସି ନିଜ କାମରେ ବର୍ଷାରେ ଭିଜି ଦାଇତ୍ୱ ତୁଲାଇଥିବା ଦେଖିବାକୁ ମିଳିଥିଲା ।ସେପଟେ କାଳ ବୈଶାଖି ଝଡ଼ର ଦାଣ୍ଡବ ଯୋଗୁଁ ଫିରିଙ୍ଗିଆ ପଞ୍ଚାୟର ଓ୍ୱାର୍ଡ଼ ନଂ ୧ ଖଜୁରୀପଡ଼ା ଗ୍ରାମରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି ।ଉକ୍ତ ଗ୍ରାମର ରୁକ୍ମଣୀ ଦିଗାଲ,ପ୍ରକାଶ ଦିଗାଲ,ଘଣ୍ଟ ଦିଗାଲ,ଶୁସାନ୍ତ ଦିଗାଲ,ପିଣ୍ଟୁ ଦିଗାଲ, ପ୍ରେମାନିଧି ଦିଗାଲଙ୍କ ଘର ସମେତ ଛପର ପବନରେ ଉଡ଼ି ଯାଇଥିବା ବେଳେ କିଛି ସ୍ଥାନରେ ବଡ଼ ବଡ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା।ବିଦ୍ୟୁତ ତାର ଉପରେ ବଡ଼ଗଛ ପଡ଼ିଯିବାରୁ ଦୀର୍ଘ ୨୪ ଘଣ୍ଟା ପରେ ବିଦ୍ୟୁତ ବିଭାଗରେ ପ୍ରୟାସରେ ପୁଣି ବିଦ୍ୟୁତ ସରବରାହ ସମ୍ଭବ ପର ହୋଇଥିବା ସୂଚନା ମିଳିଛି।ଅନେକ ପରିବାର ଏହି କାଳ ବୈଶାଖି ଝଡ଼ର ପ୍ରଭାବରେ ଅଦ୍ୟାବଧି ହନ୍ତସନ୍ତ ହେଉଥିବା ଜଣାପଡ଼ିଛି ।ସରକାର ଯଦି ଏହି ଦୁଃଖି ପରିବାର ମାନଙ୍କୁ ସହାୟତା ପ୍ରଦାନ କରନ୍ତି ତେବେ ଉକ୍ତ ବାସହରା ନୀରିହ ଜନତାଙ୍କ ଦୁଃଖ କିଛି ମାତ୍ରାରେ କମିଯାଇ ପରନ୍ତା ବୋଲି ସାଧାରଣରେ ଦାବି ହେଉଛି ।
