ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ: ଯୋଗାଣ ସହାୟକ ଗିରଫ

ଆଗଲପୁର/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ତାଙ୍କୁ ଛତିଶଗଡ଼ରେ ନିଜର ଜଣେ ସଂପର୍କୀୟଙ୍କ ଘରୁ ଗିରଫ କରିଛି ପୁଲିସ୍। ଏନେଇ ଆଗଲପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗତ ୪ ତାରିଖରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନାରେ ଗିରିଶ ସାହୁଙ୍କ ନାଆଁରେ ମାମଲା ରୁଜୁ ହୋଇଥିଲା। ଏନେଇ ଯୋଗାଣ ନିରୀକ୍ଷକଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବଲାଙ୍ଗୀର ମୁଖ୍ୟ ଯୋଗାଣ ଅଧିକାରୀ। ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଯୋଗାଣ ସହାୟକ ରାସନ କାର୍ଡ କରାଇ ଦେବାକୁ କହି ବିଧବା ମହିଳାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ମହିଳାଙ୍କ ସହ ଶାରୀରିକ ସମ୍ପର୍କର ଭିଡିଓ ମଧ୍ୟ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ମହିଳାଜଣଙ୍କ ଏହା ଜାଣିବା ପରେ ଯୋଗାଣ ସହାୟକଙ୍କୁ ତାଙ୍କ ଅଫିସ୍କୁ ଯାଇ ଚପଲରେ ମାଡ଼ ମାରିଥିଲେ। ଏହା ସହ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

Leave A Reply

Your email address will not be published.