ମନ ମୋହୁଛି ମା’ଙ୍କ ମେଢ଼

କଟକ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଚାନ୍ଦିନୀଚୋୖକରଶାରଦୀୟ ଦୁର୍ଗାପୂଜା ଜାରି ରହିଛି। ମା’ଙ୍କ ପୀଠରେ ମହାଷ୍ଟମୀ ପାଳନ କରାଯାଉଛି। ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ମା’ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଉଛନ୍ତି। ସେହିପରି ମଣ୍ଡପରେ ମହାସପ୍ତମୀ ଅବସରରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି। ସହରାଞ୍ଚଳରେ ବ୍ୟୟବହୁଳ ପୂଜା ହେଉଛି। ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁରରେ ସୁସଜ୍ଜିତ ଦୁର୍ଗା ମେଢ଼ ଲୋକଙ୍କୁ ଆନମନା କରୁଛି।

News Gallery

ବ୍ରହ୍ମପୁରରେ ମା’ଙ୍କୁ ଆରାଧନା

ରେଶମ ସହର ବ୍ରହ୍ମପୁରରେ ମା’ ଦୁର୍ଗାଙ୍କ ପୂଜା ବଡ଼ ଧୂମଧାମରେ ପାଳନ ହେଉଛି। ବିଜିପୁର ଓ ବଡ଼ବଜାରରେ ଆୟୋଜିତ ଦୁର୍ଗାପୂଜାରେ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କର ବ୍ୟାପକ ଭିଡ଼ ରହୁଛି। ଏଠାରେ ଦର୍ଶକଙ୍କୁ ଆକର୍ଷିତ କଲା ଭଳି ତୋରଣ ନିର୍ମାଣ କରାଯାଉଛି।

News Gallery

ପଳାଶୁଣୀରେ ମା’ ମହିଷାମର୍ଦ୍ଦିନୀ

ଭୁବନେଶ୍ବରର ପଳାଶୁଣୀ ଛକରେ ମା’ ଦୁର୍ଗା ଏଥର ଭାଟିକାନ ସିଟି ପେଲେସରେ ପୂଜା ପାଉଛନ୍ତି। କଟକରୁ ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥର କଡ଼ରେ ରସୁଲଗଡ଼ ପହଞ୍ଚିବା ପୂର୍ବରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବା ପାଇଁ ଅଟକି ଯାଉଛନ୍ତି।

News Gallery

ଚକେଇସିହାଣୀ ଦୁର୍ଗାପୂଜା କମିଟି

ଚଳିତ ଦୁର୍ଗାପୂଜାରେ ଚକେଇସିହାଣୀ ଦୁର୍ଗାପୂଜା କମିଟି ବେଲୁର ମଠର ସଦୃଶ ତୋରଣ ପ୍ରସ୍ତୁତ କରିଛି, ଯାହା ଦର୍ଶକଙ୍କୁ ଆକର୍ଷିତ କରୁଛି। ଏହି ମଣ୍ଡପରେ ଷଷ୍ଠୀ ଅବସରରେ ସନ୍ଧ୍ୟା ପରଠାରୁ ପୂଜାର୍ଚ୍ଚନା ଚାଲିଛି। ଦଶହାର ପର୍ଯ୍ୟନ୍ତ ମଣ୍ଡପରେ ଶ୍ରଦ୍ଧାଳୁମାନେ ମାଙ୍କୁ ଆରାଧନା କରିବେ।

News Gallery

ଶ୍ରଦ୍ଧାରେ ମା’ଙ୍କୁ ପୂଜାର୍ଚ୍ଚନା

ଭୁବନେଶ୍ବରର ବମିଖାଲ ଦୁର୍ଗା କମିଟି ଏଥର ମା’ଙ୍କ ପାଇଁ ଏକ ‘କାଳ୍ପନିକ ମହଲ’ ନିର୍ମାଣ କରିଛି, ଯାହାକି ଦର୍ଶକଙ୍କୁ ଆକର୍ଷିତ କରୁଛି। ରସୁଲଗଡ଼ରୁ କଳ୍ପନା ଯାଉଥିବା ଲୋକେ ଏହି ମେଢ଼ ଦେଖିବା ମାତ୍ରେ ଟିକିଏ ଅଟକି ଯାଉଛନ୍ତି। ସେହିପରି ବ୍ରିଜ୍ ଉପର ଦେଇ ଯେଉଁମାନେ ସହିଦନର ପଟରୁ ରସୁଲଗଡ଼ ଯାଉଛନ୍ତି, ରଂଗୀନ ଆଲୋକମାଳା ଦେଖି ଖୁସି ଅନୁଭବ କରୁଛନ୍ତି।

News Gallery

ରସୁଲଗଡ଼ରେ ମା’ ଦୁର୍ଗତୀନାସିନୀ

ଭୁବନେଶ୍ବରରେ ଆୟୋଜିତ ଦୁର୍ଗାପୂଜା ମଧ୍ୟରୁ ରସୁଲଗଡ଼ରେ ନିଆରା ସାଜସଜ୍ଜା ହୋଇଥାଏ। ଏହା ସହରର ଅନ୍ୟତମ ପ୍ରମୁଖ ଛକ ହୋଇଥିବାରୁ ସ୍ଥାନୀୟ ପୂଜା ସଂଗଠନ ପ୍ରତିବର୍ଷ ପୂଜାକୁ ନୂଆ ରୂପ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

News Gallery

ସ୍ବତନ୍ତ୍ର ପୂଜାର ଆୟୋଜନ

ପୂଜା ମଣ୍ଡପଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଛି। ଭୁବନେଶ୍ବରର ବିଭିନ୍ନ ସହରର ପୂଜାମଣ୍ଡପରେ ବି ମାଙ୍କର ପୂଜାର୍ଚ୍ଚନା ଚାଲିଛି।

News Gallery

ପଳାଶୁଣୀରେ ଭାଟିକାନ ସିଟି

ରାଜଧାନୀରେ ଅଘୋଷିତ ପ୍ରତିଯୋଗିତାମୂଳକ ମେଢ଼ ନିର୍ମାଣ ହୋଇଛି। ରାସ୍ତାରେ ଯାଉଥିବା ଲୋକେ ମେଢ଼ ଦେଖି ଅଟକି ଯାଉଛନ୍ତି। ସାଜସଜ୍ଜାକୁ ବହୁ ପ୍ରଶଂସା କରୁଛନ୍ତି।

News Gallery

ଜରି ଓ କାଚରୁ ଆଭ୍ୟନ୍ତରୀଣ ସାଜସଜ୍ଜା

ବମିଖାଲ ଦୁର୍ଗା କମିଟି ଏଥର ମା’ଙ୍କ ପାଇଁ ଏକ ‘କାଳ୍ପନିକ ମହଲ’ ନିର୍ମାଣ କରିଛି, ଯାହାକି ଦର୍ଶକଙ୍କୁ ଆକର୍ଷିତ କରୁଛି। ତୋରଣର ବାହାର ପାର୍ଶର ଯେତିକି ଆକର୍ଷଣୀୟ ଲାଗୁଛି, ଭିତର ପଟେ କାଚର କାରୁକାର୍ଯ୍ୟ ଆହୁରି ଅଧିକ ପ୍ରଶଂସନୀୟ ହୋଇଛି।

News Gallery

ପଛରେ ପଡ଼ିନି ରସୁଲଗଡ଼ ପୂଜା କମିଟି

ଦୁର୍ଗାପୂଜା ତୋରଣର ଆଭ୍ୟନ୍ତରୀଣ ସାଜସଜ୍ଜା କ୍ଷେତ୍ରରେ ରସୁଲଗଡ଼ ପୂଜା କମିଟି ପଛରେ ପଡ଼ି ନାହିଁ। ପ୍ରାୟ ୨ ମାସ ଧରି କଳାକାରମାନେ ସେମାନଙ୍କର କାରୁକାର୍ଯ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି।

News Gallery

ରାଉରକେଲା ସେକ୍ଟର-୨୦ରେ ‘ଡାକୋଟା ବିମାନ

ଚଳିତବର୍ଷ ସହରରେ ମୋଟ୍‌ ୧୦୮ଟି ସ୍ଥାନରେ ଧୂମ୍‌ଧାମ୍‌ରେ ପୂଜା ଆୟୋଜନ କରାଯାଉଛି। କେନ୍ଦ୍ରୀୟ ପୂଜା କମିଟି ଅନ୍ତର୍ଗତ ଅଞ୍ଚଳ, ଯଥା-ଇସ୍ପାତ ସହରାଞ୍ଚଳରେ ସର୍ବାଧିକ ୪୯ଟି ସ୍ଥାନରେ ପୂଜା କରାଯାଉଥିବାବେଳେ ସିଭିଲ୍‌ ଟାଉନସିପ୍‌ରେ ୩୬ ଓ ଫର୍ଟିଲାଇଜର ଟାଉନସିପ୍‌ରେ ୧୩ଟି ସ୍ଥାନରେ ପୂଜା କରାଯାଉଛି। ସେକ୍ଟର-୨୦ ଏବିସି ବ୍ଲକରେ ‘ଡାକୋଟା ବିମାନ’ ଦର୍ଶକଙ୍କ ମନ ମୋହୁଛି।

ଚମକୁଛି ଚାନ୍ଦିନୀଚୋୖକର ଚାନ୍ଦିମେଢ଼

ସବୁ ବର୍ଷ ପରି ଏଥର ମଧ୍ୟ କଟକରେ ଚାନ୍ଦିମେଢ଼ ଚମକୁଛି। ପ୍ରସିଦ୍ଧ ଚାନ୍ଦିନଚୌକରେ ମା କାରୁକାର୍ଯ୍ୟଭରା ଚାନ୍ଦିରେ ବେଶ ଝଟକୁଛନ୍ତି। ଏହି ପୂଜାକମିଟ ତରଫରୁ ସ୍ବତନ୍ତ୍ର ଭାବେ କାରୀଗରଙ୍କୁ ବରାଦ କରାଯାଇ ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଅଳଙ୍କାର ନିର୍ମାଣ କରାଯାଇଛି। ଏହାକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି ହେବାରେ ଲାଗିିଛି।

Leave A Reply

Your email address will not be published.