‘ନାନୋ’ର ମହାନାୟକଥିଲେ ରତନ ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା

ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା

ନୂଆଦିଲ୍ଳୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ନାନୋ କାର୍‌ ବାହାର କରି ସେ ଘରେ ଘରେ ପରିଚିତ ପାଲଟିଥିଲେ। ‘ନାନୋ’ର ମହାନାୟକ  । ନାନୋ କାର୍ ନିର୍ମାଣ କରାଇ ଦେଶରେ ଆଣିଥିଲେ ନାନୋ ବିପ୍ଳବ । ମଧ୍ୟବିତ୍ତ ଲୋକଙ୍କ ମନରେ ଭରିଦେଇଥିଲେ ଆଶା, ସାକାର କରିଥିଲେ ସେମାନଙ୍କ ଆଖିର ସ୍ୱପ୍ନକୁ ।  ଟାଟା ନାନୋ ପ୍ରଥମେ ଦିଲ୍ଲୀରେ ୨୦୦୮ ଅଟୋ ଏକ୍ସପୋ’ରେ ପ୍ରଦର୍ଶିତ ହୋଇଥିଲା, ଏହା ଏକ ଛୋଟ କାର ଥିଲା  । ଏହା ସେହି ପରିବାରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯେଉଁମାନେ ମଟରସାଇକେଲ ଦରରେ କାର କିଣିବାକୁ ଚାହୁଁଥିଲେ। ୨୦୦୯ ମସିହାରେ ଲଞ୍ଚ୍‌ ହୋଇଥିବା ନାନୋ କାର୍‌ ଥିଲା ଦେଶର ସବୁଠାରୁ ଶସ୍ତା କାର। ଏହି କାରର ମୂଲ୍ୟ ୧ ଲକ୍ଷ ଟଙ୍କା ଥିଲା। ଖବରକାଗଜଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ନାନୋ ବିଜ୍ଞାପନ କୌତୁହଳ ସୃଷ୍ଟି କରୁଥିଲା। ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ଏହି କାର। କାରଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାକୁ ନେବା ପାଇଁ ଲୋକେ ମାସ ମାସ ଧରି ଅପେକ୍ଷା କରୁଥିଲେ। ଟାଟା ନାନୋର ମାଇଲେଜ ଲିଟର ପିଛା ପାଖାପାଖି ୨୨ରୁ ୨୪ କିଲୋମିଟର ଥିଲା। ମାନୁଆଲ ପେଟ୍ରୋଲ ଭ୍ୟାରିଏଣ୍ଟର ମାଇଲେଜ ପାଖାପାଖି ୨୩.୯ କିଲୋମିଟର ପ୍ରତି ଲିଟର ଥିଲା । ଅଟୋମେଟିକ ପେଟ୍ରୋଲ ଭ୍ୟାରିଏଣ୍ଟର ମାଇଲେଜ ୨୧.୯ କିଲୋମିଟର ପ୍ରତି ଲିଟର ଥିଲା । ସିଏନଜି ଭ୍ୟାରିଏଣ୍ଟର ମାଇଲେଜ ୩୬ କିଲୋମିଟର ପ୍ରତି କିଲୋଗ୍ରାମ ଥିଲା । ପ୍ରାରମ୍ଭିକ ସଫଳତା ପରେ ନାନୋ କାର ବହୁ ସମାଲୋଚନାର ଶିକାର ହୋଇଥିଲା । ଅବଶ୍ୟ କିଛି ନାନୋ କାରରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିବା ପରେ ଏହାର ଉତ୍ପାଦକୁ ବନ୍ଦ କରିଦିଆଯାଇଥିଲା ।

Leave A Reply

Your email address will not be published.