ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯାଇଛି ୧ଟଙ୍କା । ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଏଁ ପଠାଯାଇଛି । ସୁଭଦ୍ରା ଯୋଜନାକୁ ସ୍ୱାଗତ ପାଇଁ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ବିଶାଳ ପଦଯାତ୍ରାରେ ଯୋଗଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଶେଷ ଯୋଗ୍ୟ ମହିଳା ହିତାଧିକାରୀଙ୍କ ପାଖରେ ଯୋଜନା ନପହଞ୍ଚିବା ଯାଏଁ ରେଜିଷ୍ଟ୍ରେସନ୍ ଚାଲିବ। ଏଣୁ ୧୭ ତାରିଖକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ ହୋଇଥିବା ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ।
ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସୁଭଦ୍ରା ଯୋଜନାରେ ଏଯାଏଁ ୬୦ଲକ୍ଷ ମହିଳା ପଞ୍ଜିକରଣ କରିସାରିଲେଣି । ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।