*କିଏ କେଉଁ ବର୍ଗରେ ପାଇଲେ
୧- ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ୨୦୨୩ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଗ୍ରହଣ କରୁଛନ୍ତି କିଶୋର ଜେନା ।
୨- ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ଲାଜ୍ରୁସ ବାର୍ଲା ।
୩- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ପ୍ରୀତିସ୍ମିତା ।
୪- ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ମହମ୍ମଦ ଜାଫର ଇକବାରଲ
୫- ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ସୁକେଶ ରଞ୍ଜନ ବେହେରା ।
୬- ଜୟନ୍ତୀ ମଲ୍ଲିକ ଓ ରୁଦ୍ର ପ୍ରସାଦ ମଲ୍ଲିକ ପୁରସ୍କାର ଗ୍ରହଣ କରୁଛନ୍ତି ।
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ଏବଂ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ରାଜ୍ୟ କନ୍ଭେନସନ ହଲ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ହକି କ୍ଷେତ୍ରରେ ଉତ୍କର୍ଷ ଅବଦାନ ଓ ଆଜୀବନ ଉପଲବ୍ଧି ପାଇଁ ଲାଜ୍ରୁସ ବାର୍ଲାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି । ପୁରସ୍କାର ବାବଦକୁ ତାଙ୍କୁ ୪ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି ।
ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ଜାଭେଲିନ ଥ୍ରୋୟର କିଶୋର କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ତାଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ଶ୍ରେଷ୍ଠ ଉଦୀୟମାନ କନିଷ୍ଠ କ୍ରୀଡ଼ାବିତ୍ ଭାବେ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ପୁରସ୍କାର ବାବଦକୁ ତାଙ୍କୁ ୨ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର ଇକବାରଲଙ୍କୁ ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ତାଙ୍କୁ ମଧ୍ୟ ୨ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି । କ୍ରୀଡ଼ା ପ୍ରଶିକ୍ଷଣ କ୍ଷେତ୍ରରେ ଉକôର୍ଷ ପ୍ରଦର୍ଶନ ପାଇଁ ହକି ପ୍ରଶିକ୍ଷକ ବିଜୟ କୁମାର ଲାକ୍ରାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ତାଙ୍କୁ ୨ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି । ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପାଇଛନ୍ତି ସୁକେଶ ରଞ୍ଜନ ବେହେରା । ତାଙ୍କୁ ଦୁଇଲକ୍ଷ ଟଙ୍କା ସହ ଟ୍ରଫି ଦିଆଯାଇଛି । ଶ୍ରେଷ୍ଠ କ୍ରୀଡ଼ା ବୈଷୟିକ ଅଧିକାରୀ/କ୍ରୀଡ଼ା ସହାୟକ ଭାବେ ରୂପାନ୍ୱିତା ପଣ୍ଡାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ତାଙ୍କୁ ୨ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି । ଜୟନ୍ତୀ ମଲ୍ଲିକ ଓ ରୁଦ୍ରପ୍ରସାଦ ମଲ୍ଲିକଙ୍କୁ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ପୁରସ୍କାର ବାବଦକୁ ସେମାନଙ୍କୁ ୨ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି । କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ସର୍ବୋକୃଷ୍ଟ ଅବଦାନ ପାଇଁ ନବରନô କମ୍ପାନୀ ନାଲ୍କୋକୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି ।