*ମାଦକ ଦ୍ରବ୍ୟ ଜବତ ସହିତ ଆପତ୍ତି ଜନକ ସାମଗ୍ରୀ ଜବତ
*ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ
ବଲାଙ୍ଗିର/ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ବଲାଙ୍ଗିର ଜିଲା କାରାଗାରରେ ବେଆଇନ କାର୍ଯ୍ୟକଳାପ ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗରେ ଶୁକ୍ରବାର ସକାଳେ ପୁଲିସ ପକ୍ଷରୁ କାରାଗାରରେ ଚଢ଼ଉ କରାଯାଇଛି । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ସଦର ଏସଡିପିଓ ପ୍ରଦୀପ ସାହୁ, ଟାଉନ ଥାନା ଅଧିକାରୀ ଅବନୀ ସାହୁ, ସଦର ଥାନା ଅଧିକାରୀ ରାଜକୁମାର ବିଶ୍ଵାଳ, ଲକ୍ଷ୍ମୀଯୋର ଥାନା ଅଧିକାରୀ ଅନିତା ପଧାନଙ୍କ ସହ ୨ ପ୍ଲାଟୁନ ଫୋର୍ସ କାରାଗାରରେ ଚଢ଼ଉ କରିଥିଲେ ।
ସକାଳ ପ୍ରାୟ ୭ଟାରେ ଜିଲ୍ଲା କାରାଗାର ଅଧିକ୍ଷକ ସର୍ବେଶ୍ଵର ସାହୁଙ୍କ ଉପସ୍ଥିତିରେ ପୁଲିସ କାରାଗାରର ୧୨ ୱାର୍ଡ, ରୋଷେଇଘର, ଡାଇନିଂ ସହ ବିଭିନ୍ନ ସେଲ୍ ଉପରେ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କାରାଗାର ଭିତରୁ ଭାଙ୍ଗ, ବିଡ଼ି, ଲାଇଟର, ଷ୍ଟ୍ରିମିଂ ମେସିନ ଭଳି ଆପତ୍ତିଜନକ ଜିନିଷ ଜବତ ହୋଇଥିଲା। ପୁଲିସ ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ।