Browsing Category

ଅପରାଧ

ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ : ଜଣକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଜଣ

ପୁରୀ,୧୯-୮-୨୪(ପିପିଏସ) : ପୁରୀ ଟାଉନ ଥାନା ହାଡଗୋଡିଆସାହି ଛକରେ, ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ବ୍ୟକ୍ତି ହେଲେ ହରିହର ସାହୁ l ତାଙ୍କ

ଗୁରୁ-ଶିଷ୍ୟା ସମ୍ପର୍କରେ ଆଉ ଏକ କଳଙ୍କ : ସ୍କୁଲ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କଲେ ଏନସିସି ଅଧିକାରୀ

*ବିଦ୍ୟାଳୟ ପରିସରରେ ହୋଇଥିଲା ଏନସିସି ଶିବିର*ପ୍ରେକ୍ଷାଳୟ ରେ ସୋଇଥିଲେ ସମସ୍ତ ଛାତ୍ରୀ*ରାତିରେ ବାହାରକୁ ଡାକିନେଇ କଲେ ଦୁଷ୍କର୍ମ ଚେନ୍ନାଇ/ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଧ

ବିଦେଶୀ ସନ୍ଦେହରେ ୩ ଯୁବକଙ୍କୁ ମାଡ଼, ଜଣେ ଗୁରୁତର : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ମୟୁରଭଞ୍ଜ,୧୯-୦୮-୨୪ (ପିପିଏସ ) : ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଅଞ୍ଚଳରେ ଭିନ୍ନ ସମ୍ପ୍ରଦାୟର ୩ଜଣ ଯୁବକଙ୍କୁ କିଛି ଅଜଣା ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ୩ ଯୁବକ ଏକ ଅଟୋରେ ସହର ମଧ୍ୟ କୁ ଆସୁଥିବା ବେଳେ କିଛି ଯୁବକ ସେମାନଙ୍କୁ

ଆଇଏମ ଏର କ୍ଯାଣ୍ଡେଲ ଶୋଭାଯାତ୍ରା।

ରାଉରକେଲା/୧୮-୦୮-୨୪(ପିପିଏସ): କୋଲକତା ହୋଇଥିବା ମହିଳା ଡ଼ାକ୍ତରଙ୍କ ହତ୍ୟାର ପ୍ରତିବାଦରେ  ଭାରତୀୟ ମେଡିକାଲ ସଂଘ (ଆଇଏମ ଏ) ରାଉରକେଲା ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ମହିଳା ଶାଖାର ସଭାପତି ପୂର୍ଣ୍ଣିମା ଦତ୍ତଙ୍କ ନେତୃତ୍ୱରେ ଆଇଏମ ଏ ରାଉରକେଲା ଶାଖାର ସଭାପତି

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁହେବ ମାମଲା

ଅନୁମତି ଦେଲେ ରାଜ୍ୟପାଳ ଆଇନ ଜାଲରେ ଛନ୍ଦିହେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବାଙ୍ଗାଲୋର/ଭୁବନେଶ୍ୱର/ ୧୭-୦୮-୨୪(ପିପିଏସ): ଆଇନ ଜାଲରେ ଛନ୍ଦି ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁହେବ ମାମଲା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଜମି ଦୁର୍ନୀତି ଅଭିଯୋଗରେ ତାଙ୍କ ନାମରେ

ଦୁଷ୍କର୍ମ ପୀଡିତା ଚିକିତ୍ସିତ ଅବସ୍ଥାରେ ମୃତ

ନୂଆଦିଲ୍ଲୀ /ଭୁବନେଶ୍ୱର ୧୭-୦୮-୨୪(ପିପିଏସ ): କୋଲକାତାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇବା ପରେ ଉତ୍ତରପ୍ରଦେଶର ସୋନଭଦ୍ରରେ ଜଣେ ୧୪ ବର୍ଷର ନାବାଳିକାକୁ ତାଙ୍କ ଶିକ୍ଷକ ଦୁଷ୍କର୍ମ କରିଥିବା ବେଳେ ନିକଟରେ ତାଙ୍କର ମୃତ୍ୟୁ

ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପ:୧୬-୦୮-୨୪(ପିପିଏସ ): ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ

ମାଓବାଦୀଙ୍କ ବର୍ବର କାଣ୍ଡ : ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ

ସୁକମା/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଛତିଶଗଡ଼ ସୁକମା ଜିଲ୍ଲା ପୂଭାର୍ତ୍ତୀ ଗାଁରେ, ମାଓବାଦୀମାନେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ସପ୍ତାହକ ତଳେ

୩ ସହଯୋଗୀଙ୍କ ସହିତ ନୀଳଗିରି ଡେପୁଟି କଲେକ୍ଟର ଗିରଫ

ନୀଳଗିରି/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଏକ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ବୁଧବାର ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ଅନ୍ୟ ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି ।

ଛାତ୍ରୀଙ୍କୁ ୧୯୦ ଥର ଉଠାବସା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ରାଇରଙ୍ଗପୁର/ଭୁବନେଶ୍ୱର:୧୪-୦୮-୨୪(ପିପିଏସ ): ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି।