ଉଚ୍ଛେଦ ଉଠା ଦୋକାନୀଙ୍କ ଥଇଥାନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ,୨୫-୦୮-୨୪ (ପିପିଏସ) : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସହରରୁ ଜବରଦଖଲରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ସେମାନଙ୍କ ଥଇଥାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି l ଏହାକୁ ଗୁରୁତ୍ବଦେଇ, ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଦତ୍ତାତ୍ରେୟ

ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ପ୍ରତ୍ୟେକ ଅପରାଧ ଏସସି/ଏସଟି ଆଇନ ପରିସରଭୁକ୍ତ ହେବନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି(ଏସଟି)ଙ୍କ ବିରୋଧରେ କେଉଁ ଅପରାଧ କ୍ଷେତ୍ରରେ ଏସସି/ଏସଟି ଆଇନ ଲାଗୁ ହେବ ତାହା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଯଦି କୌଣସି ବ୍ୟକ୍ତି ଏହି ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କ ଜାତି,

ସବୁଦିନ ପାଇଁ ରାଜ୍ୟରେ ଦୂର ହେବ ଆଳୁ ସମସ୍ୟା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ରାଜ୍ୟରେ ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି l ଅଗାମୀ ଦିନରେ ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶ୍ରୀ ମାଝୀ ଓୟୁଏଟି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗଣମାଧ୍ୟମକୁ କହିଥିଲେ ଯେ ପୂର୍ବ

ଜଳବାୟୁ ସମ୍ବନ୍ଧିୟ ଫସଲ ସମସ୍ୟା ଉପରେ ଆଲୋଚନା ଓ ଯୋଜନା ପ୍ରସ୍ତୁତ କୃଷକଙ୍କ ଅଗ୍ରଗତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

କଟକ,୨୪-୦୮-୨୪ (ପିପିଏସ) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆ ଦିଲ୍ଲୀ ଦ୍ୱାରା କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (ଏନ୍‌ଆର୍‌ଆର୍‌ଆଇ)ଠାରେ ଶନିବାର ଆଇସିଏଆର୍ ଆଞ୍ଚଳିକ କମିଟି-୨ର ୨୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା

ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ-୨ର ଗୃହ ନିର୍ମାଣ କ୍ଷେତ୍ରକୁ ପରିଦର୍ଶନ କଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ, ୨୪-୦୮-୨୪ (ପିପିଏସ) : କଟକ ସଦର ଅନ୍ତର୍ଗତ ୫୦ ନଂ ୱାର୍ଡ଼ ନୂଆପଡ଼ାଠାରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଗୃହ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିସାହିଠାରେ ଯୋଗାଇ ଦିଆଯାଇଥିôବା କ୍ଷେତ୍ରକୁ ଆଜି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ପରିଦର୍ଶନ କରିଛନ୍ତି

ପୁଣି ଅଶାନ୍ତ ଗଞ୍ଜାମ : ବୋମାମାଡ଼ରେ ୪ ଗୁରୁତର

ବ୍ରହ୍ମପୁର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶରା ଗାଁରେ ବୋମାମାଡ଼ରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଲୋକ ଏହି ବୋମାମାଡ଼ କରିଥିବା ଜଣାଯାଇଛି l ଆହତ ମାନେ ହେଲେ କେଶରା ଗାଁର ଲକ୍ଷ୍ମଣ ନାହାକ, ସୁରେଶ

ବିପୁଳ ପରିମାଣରେ ପୋଚ ନଷ୍ଟ ସହିତ ଦେଶୀ ରନ୍ଧା ମଦ ଜବତ : ୫ଗିରଫ

ଢେଙ୍କାନାଳ/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ଚୋରା ଦେଶୀମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ାଉ କରି, ୮୧୦୦ ଲିଟର ପୋଚ ନଷ୍ଟ କରିବା ସହିତ ୫୧୬ ଲିଟର ରନ୍ଧା ଦେଶୀମଦ ଜବତ କରିଛି l ଏହି ମାମଲାରେ ୪ଜଣକୁ ଗିରଫ

ବଦଳିଲା ଯୁକ୍ତ-୩ ପାଇଁ ଗାଇଡଲାଇନ : ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମିଳିବ ସୁଯୋଗ

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ । ଏନେଇ ଆଜି

ଆକ୍ସନ ମୋଡ଼ରେ ସରକାର : ବୁଲଡୋଜର ଲଗାଇ ଚୋରା ମଦ ଭାଟି ଭାଙ୍ଗିଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ମାମଲା ପରେ ରାଜ୍ୟ ସରକାର ଏବେ ଆକ୍ସନ ମୋଡ଼ରେ । ଦେଶୀ ମଦ ଭାଟି ଉପରେ ଘନ ଘନ ଚଢ଼ାଉ କରୁଛି ପୋଲିସ୍‌ । ତେବେ ଦେଶୀ ମଦକୁ ନେଇ ତତ୍ପର ହୋଇଛି କମିସନରେଟ୍‌ ପୋଲିସ୍ । ସାଲିଆ ସାହିରେ ଚାଲୁଥିବା ଦେଶୀ ମଦ କାରଖାନା

ଭଡ଼ାଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା କିମ୍ବା ଆତ୍ମହତ୍ୟା ?

ବାଲେଶ୍ୱର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ରହୁଥିବା ଭଡା ଘରକୁ ଭିତର ପଟୁ ବନ୍ଦ କରି ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି। ମୃତକ ହେଉଛନ୍ତି ବାରିପଦା ଅଞ୍ଚଳର ମୋନାଲିସା ହେମ୍ବ୍ରମ(୨୬)। ସେ