ସ୍ୱାଧୀନତା ଦିବସରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୧୧/୮/୨୪(ପିପିଏସ) : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ

“ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମକୁ ନେଇ ସାଙ୍ଘାତିକ ଅଭିଯୋଗ

ବିଜେଡି କର୍ମୀଙ୍କୁ ଖୁସି କରିବାକୁ ଚୟନ ହୋଇଛି ଅନେକ ପ୍ରକଳ୍ପ* ଅଧା କାମ କରି ପୁରା ବିଲ ନେଇଗଲେ ଠିକାଦାର* ଏସ୍ଟିମେଟ ଠାରୁ କମ କାମରେ ହୋଇଛି ସମ୍ପୂର୍ଣ୍ଣ ବିଲ କେନ୍ଦୁଝର,୧୧/୮/୨୪(ପିପିଏସ) : କେନ୍ଦୁଝର ଜିଲ୍ଲାରେ "ଆମ ଓଡିଶା ନବୀନ ଓଡିଶା"ର ଅନେକ ପ୍ରକଳ୍ପ ଅଧପନ୍ତରିଆ ହୋଇ

ଦେଶର ପ୍ରଥମ ବୃହତ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରିବ ରିଲାଏନ୍ସ

ମୁମ୍ବାଇ/ଭୁବନେଶ୍ୱର: ୧୧-୦୮-୨୪( ପିପିଏସ ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହାର ପ୍ରଥମ ସୌର ଗିଗା-କାରଖାନା ଆରମ୍ଭ କରିବାକୁ ଯୋଜନା କରୁଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ୨୦୩୫ ସୁଦ୍ଧା କାର୍ଯ୍ୟରୁ ନିଟ୍-ଶୂନ୍ୟ କାର୍ବନ

ପରୀକ୍ଷାବେଳେ ବିମାନ ଦୁର୍ଘଟଣା: ୨ ପାଇଲଟ ଆହତ

ଭୋପାଳ/ଭୁବନେଶ୍ୱର: ୧୧-୦୮-୨୪( ପିପିଏସ ): ମଧ୍ୟପ୍ରଦେଶର ଗୁନାରେ ଏକ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଇଞ୍ଜିନ ଫେଲ ହେତୁ ଏହି ଦୁର୍ଘଟଣା ଘଟିଛି । ବିମାନରେ ଦୁଇଜଣ ପାଇଲଟ ଥିଲେ। ବିମାନ ଉଡ଼ାଣର ମାତ୍ର ୪୦ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଗ୍ନିକାଣ୍ଡ ଗୁଜବ:ଚଳନ୍ତା ଟ୍ରେନ୍‌ରେ ଦଳାଚକଟା

ଲକ୍ଷ୍ନୌ/ଭୁବନେଶ୍ୱର: ୧୧-୦୮-୨୪(ପିପିଏସ ) ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ହଠାତ୍ ୫୦ ବେଗରେ ଚାଲୁଥିବା ପଞ୍ଜାବ ମେଲ୍ ଏକ୍ସପ୍ରେସରେ ଯାତ୍ରୀଙ୍କ ଚିତ୍କାର ଶୁଣାଯାଇଥିଲା। ବଞ୍ଚାଅ ବଞ୍ଚାଅ ଚିତ୍କାର ସହିତ ଲୋକେ ନିଜ ନିଜ ଜୀବନ

ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ହ୍ବାଟସ୍ ଆପ୍ ହ୍ୟାକ୍

ମୁମ୍ବାଇ/ଭୁବନେଶ୍ୱର : ୧୧-୦୮-୨୪(ପିପିଏସ ) ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ଏବଂ ହ୍ବାଟସ୍ ଆପ୍ ହ୍ୟାକ୍ ହୋଇଛି। ସେ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ସାଙ୍ଗ ଏବଂ ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମୋତେ କଲ୍ କିମ୍ବା ମେସେଜ୍ କରନ୍ତୁ ନାହିଁ ।ସାଇବର ସେଲକୁ ଏହି ବିଷୟରେ ସୂଚନା

ପ୍ରବେଶ ପଥ ବିପର୍ଯ୍ୟସ୍ତ:ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌ରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

କଟକ: ୧୧-୦୮-୨୪(ପିପିଏସ ) କଟକ ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମହାନଦୀ କୂଳରେ ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌କୁ ନୂଆ ରୂପ ଦିଆଯାଇଥିଲା। ୨୦୨୩ ସେପ୍ଟେମ୍ବର ୧୬ରେ ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନର ବର୍ଷେ ନପୂରୁଣୁ ଏହାର

ବିଦେଶ ଗସ୍ତ ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର : ୧୧-୦୮-୨୪(ପିପିଏସ ) ଫିଜି, ନ୍ୟୁଜିଲାଣ୍ଡ ଓ ତିମୋର ଲେଷ୍ଟେ ଗସ୍ତ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ତିମୋର-ଲେସ୍ତେ ଗସ୍ତ କରିଥିଲେ, ଯେଉଁଠାରେ ତାଙ୍କୁ ଦେଶର

ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ

ପୁରୀ ୧ ୧/୮ (ପିପିଏସ) : ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ଆଜିଠାରୁ ଭଙ୍ଗା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ

ଜଣେ ମାଫିଆ ଗୁରୁତର ୨ ପୋଲିସ କର୍ମଚାରୀ ଆହତ: ୩ ପିକ୍‌ଅପ୍ ଭ୍ୟାନ ଜବତ ୫ ଅଟକ

କେନ୍ଦୁଝର,୧ ୧/୮ (ପିପିଏସ) : କେନ୍ଦୁଝରରେ ଗୋରୁ ମାଫିଆ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋରୁମାଫିଆ। ଜଣେ ଗୋରୁ ଚାଲାଣକାରୀ ଗୁରୁତର ହୋଇଥିବାବେଳେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ରବିବାର ଭୋର ସମୟରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସ ଖବର ପାଇ