ଗାଜା ଉପରେ ଆକ୍ରମଣ ବନ୍ଦ କର, ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ |
ଆମେରିକା ମଦଦ ରେ ଇସ୍ରାଏଲ ର ଗାଜା ଉପରେ ବର୍ବର ଆକ୍ରମଣ
ପ୍ରତିବାଦରେ ବିକ୍ଷୋଭ
କଟକ ତା ୮/୪- ଆମେରିକାର ସହାୟତାରେ ଯୁଦ୍ଧ ବିରତି ଚୁକ୍ତି ଉଲଂଘନ କରି ଗାଜା ଉପରେ ଉଗ୍ର ଇହୁଦି ବାଦି ଇସ୍ରାଏଲ ର
ବର୍ବରୋଚିତ ଆକ୍ରମଣର ଦେଶବ୍ୟାପୀ ପ୍ରତିବାଦ ପାଇଁ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ପକ୍ଷରୁ ଡ଼ାକରା ଦିଆଯାଇଛି।
ଏହି ଡାକରା ଅନୁଯାୟୀ ଆଜି ଦଳର କଟକ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ କଚେରିଗଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା।
ବିକ୍ଷୋଭ ସ୍ଥଳରେ ଜିଲ୍ଲା ସମ୍ପାଦକ ବିଶ୍ଵାବସୁ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ପ୍ରତିବାଦ ସଭାରେ ଜିଲ୍ଲା କମିଟି ସଦସ୍ୟ
ବିନୋଦ ସେଠୀ, ସିଦ୍ଧାର୍ଥ ରଥ, ସୌଭାଗ୍ୟ ସାମଲ ପ୍ରମୁଖ ବକ୍ତବ୍ୟ ରଖି ତୁରନ୍ତ ଗାଜା ଉପରେ ଆକ୍ରମଣ ବନ୍ଦ୍ କରିବା ଏବଂ
ପାଲେଷ୍ଟାଇନ ବାସୀଙ୍କୁ ତାଙ୍କ ଦେଶରେ ବସବାସ କରିବାପାଇଁ ନିରଙ୍କୁଶ ଅଧିକାର ପ୍ରଦାନ ପାଇଁ ଦାବି କରିଥିଲେ। ଏହି ବିକ୍ଷୋଭରେ
ଅଫିସ ସମ୍ପାଦକ ଖଗେଶ୍ବର ସେଠୀ, ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ବବି ବଳବନ୍ତରାୟ, ଭାଗ୍ୟରବି ଦାସ , ଟୀକା ସାମଲ, ଇଶା
ଧର, ତରୁଣସେନ ନାୟକ , ଦୀପକ ଦାସ, ଶିବାନୀ ସାହୁ, ସୁଭସ୍ମିତା ସାହୁ, ଭାଗ୍ୟଶ୍ରୀ ପ୍ରଧାନ,ସ୍ୱାଧିନୀ ବେହେରା, ଝରଣା ଦାସ ,
ପାଭେଲ୍ ପ୍ରିୟଦର୍ଶନ, ଅକ୍ଷୟ ରାଉଳ, ସିପ୍ରା ମହାନ୍ତି, ସୁଜାତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

