ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରେ ମିଡ଼ିଆ କ୍ରିକେଟ ଟିମ ର ବିଜୟ|

ପାରାଦୀପ – ଶ୍ରୀ ରାମ ନବମୀ ପବିତ୍ର ଦିବସ ଅବସରରେ ପାରାଦୀପ ସବଷ୍ଟେସନ ଛକ ପଡିଆ ଠାରେ ମିଡ଼ିଆ କ୍ରିକେଟ ଟିମ ଏବଂ କେଆଇସିଟିପିଏଲ କମ୍ପାନୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧o ଓଭର ରେ ପ୍ରଥମେ ବ୍ୟାଟିଙ୍ଗ କରି କେଆଇସିଟିପିଏଲ ଦଳ ୬ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲେ l ଏହାର ଜବାବ ରେ ମିଡ଼ିଆ କ୍ରିକେଟ ଟିମ ୮.୪ ଓଭର ରେ ୧୧୨ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ l ଏହି ମ୍ୟାଚ ରେ ମିଡ଼ିଆ କ୍ରିକେଟ ଟିମ ର ସତ୍ୟଶିବ ପରିଡା ସର୍ବାଧିକ ୭o ରନ କରିଥିଲେ l କେଆଇସିଟିପିଏଲ ଦଳରନେତୃତ୍ୱ ସାନି କୁମାର ନେଇଥିବା ବେଳେ ମିଡ଼ିଆ କ୍ରିକେଟ ର ନେତୃତ୍ୱ ନେଇଥିଲେ କୈଳାସ ଚନ୍ଦ୍ର ସାହୁ l ଏହି ମ୍ୟାଚ ରେ ମିଡ଼ିଆ କ୍ରିକେଟ ଟିମ ର ରାକେଶ ପଟ୍ଟନାୟକ, ଜଗନ୍ନାଥ ଶତପଥୀ, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ସୁନ୍ଦର ବ୍ୟାଟିଙ୍ଗ ପ୍ରଦର୍ଶନ କରିଥିଲେ l ଏହି ମ୍ୟାଚ କୁ ଆଲୋକ କୁମାର ମହାପାତ୍ର ପରିଚାଳନା କରିଥିଲେ l

Leave A Reply

Your email address will not be published.