କଳିଙ୍ଗ ନଗରରେ ଶ୍ରୀରାମନବମୀ ଓ ଶୋଭାଯାତ୍ରା ଅନୁଷ୍ଠିତ |
ଯାଜପୁର /କଳିଙ୍ଗନଗର(ପିପିଏସ ) ରବିବାର ଦିନ ପବିତ୍ର ଶ୍ରୀରାମ ନବମୀ ଅବସରରେ କଳିଙ୍ଗ ନଗର ଅଞ୍ଚଳରେ ବଜରଙ୍ଗଦଳ ଓ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଶୋଭାଯାତ୍ରା ସହ ଶ୍ରୀରାମନବମୀ ପାଳିତ ହୋଇଯାଇଛି। ଦାନଗଦି ବ୍ଲକର ମାନଗୋବିନ୍ଦପୁର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବଜରଙ୍ଗୀ ଭାଇ ମାନେ ବେଙ୍ଗପାଟିଆ, ଓଲ୍ଲଳ, କଣ୍ଟିପୁର, ଧୂଳିଗଡ଼, ତ୍ରିଜଙ୍ଗା, ଦାନଗଦି, ସିଙ୍ଗାଗଡିଆ, ସୁଆଁଲ ଅତିକ୍ରମ କରି ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମାପନ କରିଥିଲେ।ଏହି ଶୋଭାଯାତ୍ରାରେ ଵଜରଙ୍ଗଦଳ ପ୍ରଖଣ୍ଡ ସଂଯୋଜକ ସୁନୀଲ ପୃଷ୍ଟିଙ୍କ ନେତୃତ୍ୱରେ, ସୋମନାଥ ରଣା, ବିଜୟ କୁମାର ସାହୁ, ସନ୍ତୋଷ ସାହୁ, ପବନ କୁମାର ପତି, ବିକାଶ ରଣା,ପ୍ରକାଶ ପାତ୍ର ପ୍ରମୁଖଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା। ଏହି ଶୋଭାଯାତ୍ରାରେ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର ଓ ଜିଲ୍ଲା ସହ ସତସଙ୍ଗ ପ୍ରମୁଖ ପ୍ରଭାତ କୁମାର ଭୂୟାଁ ଯୋଗ ଦେଇ ହିନ୍ଦୁଭାଇ ମାନେ ଏକହେବାର ସମୟ ଆସିଛି ଓ କିପରି ହିନ୍ଦୁଙ୍କର ସଂସ୍କୃତି ପରମ୍ପରା ବଞ୍ଚିରହିବ ସମସ୍ତେ ସଜାଗ ହୋଇ ପ୍ରୟାସ କରିବା ବୋଲି କହିଥିଲେ।ସେହିପରି ବାରଗଡ଼ିଆ ଚଳିତ ବର୍ଷ ଧୁମ ଧାମରେ ଶ୍ରୀରାମନବମୀ ପାଳିତ ହୋଇଯାଇଛି।ସେହିକ୍ରମରେ
ଟମକା ଶ୍ରୀରାମ ମନ୍ଦିରରୁ ପୂଜାପାଠ କରି ଫୁଲଝର ଦେଇ ଟୋଲକାନି ହନୁମାନ ମନ୍ଦିର ପ୍ରଯ୍ୟନ୍ତ ବଜରଙ୍ଗ ଦଳର ଭାଇ ମାନେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ସେହି ଶୋଭାଯାତ୍ରାରେ ଦୀପକ କୁମାର ମହାନ୍ତ,ସୂର୍ଯ୍ୟନାରାୟଣ ଦାସ,ପଦ୍ମନାଭ ରଥ,ଅମେରେଶ ରଥ,ରାଜୁ ପାତ୍ର,ଜ୍ୟୋତି ରଞ୍ଜନ ମହାନ୍ତ ଓ ସିପୁନ ମହାନ୍ତ ପ୍ରମୁଖଙ୍କ ସହଯୋଗରେ ଶୋଭାଯାତ୍ରା ସମାପନ ହୋଇଥିଲା।

