
ଡ଼ିଏଲଆର ସଙ୍ଘ ରନିର୍ବାଚନ ପରେ ପୋଲିସ ର ତଦନ୍ତ ପ୍ରକ୍ରିୟା ଜୋରଦାର |
ପାରାଦୀପ = ପାରାଦୀପ ପୋର୍ଟ ଡ଼ିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ର ଗତ ୪/୯/୨୪ ତାରିଖରେ ପାରାଦୀପ ବନ୍ଦର ନୂତନ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାଧାରଣ ସଭା ବୈଠକ ରେ ୭oo ରୁ ଉର୍ଦ୍ଧ ଡିଏଲଆର ସଦସ୍ୟ ମାନେ ସର୍ବସମ୍ମତି କ୍ରମେ ପ୍ରକାଶ ତ୍ରିପାଠୀ ଙ୍କୁ ସଭାପତି ଓ ଅଭିମନ୍ୟୁ ବେହରା ଙ୍କୁ ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କୁ ନିର୍ବାଚିତ କରି ସମସ୍ତ ସରକାରୀ ଅଧିକାରୀ ଙ୍କୁ ଅବଗତ କରାଇଥିଲେ l ତେବେ ପୂର୍ବ ସଭାପତି ବାପି ସର୍କେଲ ଙ୍କୁ ସଙ୍ଘ ର ସଭ୍ୟ ମାନେ ସଙ୍ଘ କାର୍ଯ୍ୟାଳୟ ର ଚାବି ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବାରମ୍ବାର ମାଗିବା ସତ୍ୱେ ସର୍କେଲ ତାହା ନଦେବାରୁ ଗତ ଫେବୃଆରୀ ୧୯ ତାରିଖରେ ପାରାଦୀପ ଆଦର୍ଶ ଥାନାରେ ତାଙ୍କ ନାମରେ ଅଭିଯୋଗ କରାଯାଇ ନୂତନ କର୍ମକର୍ତ୍ତା ଙ୍କୁ ଚାବି ହସ୍ତାନ୍ତର ପାଇଁ ଥାନାରେ ଲିଖିତ ଆକାରରେ ଦିଆଯାଇଥିଲା l କିନ୍ତୁ ଏହାପରେ ବାପି ସର୍କେଲ ନୂତନ କର୍ମକର୍ତ୍ତା ଙ୍କ ନାମରେ ପାଲଟା ମିଥ୍ୟା ଅଭିଯୋଗ କରିଥିଲେ l ଏହି ଘଟଣା ପରେ ପୋଲିସ ପାରାଦୀପ ବନ୍ଦର ପ୍ରାଧିକରଣ ଠାରୁ ଡିଏଲଆର ଙ୍କ ସର୍ବମୋଟ ସଂଖ୍ୟା, ତାଙ୍କ ନାମ ଓ ଫୋନ ନମ୍ବର ଆଣି ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରୁଛନ୍ତି l ବର୍ତ୍ତମାନ ପ୍ରକାଶ ତ୍ରିପାଠୀ ଓ ବାପି ସର୍କେଲ କାହା ପାଖରେ କେତେ ସଭ୍ୟ ଅଛନ୍ତି ତାହା ପ୍ରମାଣ ସହିତ ଥାନାରେ ଦାଖଲ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି l ସୂଚନାଥାଉକି ପାରାଦୀପ ପୋର୍ଟ ଡିଏଲଆର ଙ୍କ ସଂଖ୍ୟା ୧oo୭ l ବର୍ତ୍ତମାନ ୫o୪ ସଭ୍ୟ ଯାହାର ଥିବେ ଆଇନଗତ ଭାବେ ସଂଖ୍ୟା ଗରିଷ୍ଠତା ଆଧାରରେ ସେହି ସଂଘର ନେତା ହେବେ ଡିଏଲଆର ସଙ୍ଘ ର ସଭାପତି l ଏହି ଆଧାର କୁ ଭିତ୍ତି କରି ଗତ ଅପ୍ରେଲ ୪ ତାରିଖ ଶୁକ୍ରବାର ଦିନ ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱ ରେ ତାଙ୍କ କାର୍ଯ୍ୟକାରୀ କମିଟି ର ସଦସ୍ୟ ମାନେ ଥାନା କୁ ଯାଇ ୬oo ରୁ ଉର୍ଦ୍ଧ ଡିଏଲଆର ସଦସ୍ୟଙ୍କ ବ୍ୟକ୍ତିଗତ ସ୍ଵାକ୍ଷର, ଫୋନ ନମ୍ବର ଏବଂ ସେମାନଙ୍କ ପଦବୀ ସହିତ ଥାନାରେ ଦାଖଲ କରିଥିଲେ l ତେବେ ବାକି ରହିଲା ବାପି ସର୍କେଲ ଙ୍କ ସଭ୍ୟ ସଂଖ୍ୟା କେତେ ତାହା ଜଣାପଡିଲା ପରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ l ନହେଲେ ପରଦୀପରେ ଏହି ଘଟଣାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି l ସେଥିପାଇଁ ପୋଲିସ ତାର ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଛି ବୋଲି ଜଣାପଡିଛି l
