ଜଙ୍ଗଲ ଜମି ରେ ଠିକାଦାର ଯବର ଦଖଲ କରି ଅଟ୍ଟାଳିକା ନିର୍ମାଣ|

ଯାଜପୁର (ପିପିଏସ ) ସରକାର ଆସିବା ପରେ ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଧେଶ ଦେଉଥିବା ବେଳେ ଦାନଗଦି ତହସିଲ ଅଧୀନରେ ଜବର ଦଖଲ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ବ୍ଲକ ଓ ତହସିଲ ଅଫିସ ଚାରିପାଖରେ ଥିବା ଗାଁ ଗୁଡିକରେ ଜବର ଦଖଲ ଦିନକୁଦିନ ବଢିବାରେ ଲାଗିଛି l  ତ୍ରିଜଙ୍ଗାପଞ୍ଚାୟତ ର ଦାନଗଦୀ ଗାଁ ଭିତରେ ଦୁଇଜଣ ଠିକାଦାର ଲକ୍ଷାଧିକ ଟଙ୍କାରେ ରକ୍ଷିତ ଜାଗା (ଜଙ୍ଗଲ ଜମି ) ଯାହାର ଖାତା ନମ୍ବର ୫୦୧ପ୍ଲଟ ନମ୍ବର  ୫୫୦ରେ  ୦.୩୧୦ଏକରୁ ଉର୍ଦ୍ଧ ଜାଗାକୁ ବେଆଇନ ଦଖଲ କରି ମେସିନ ଲଗାଇ ଜାଗାକୁ ସମତଳ କରି ଘର ଆରମ୍ଭ କରିଲେଣି  l ଏହି ଯବର ଦଖଲ ସ୍ଥାନୀୟ ବାହୁବଳୀ ନେତାଙ୍କ ଛତ୍ରଛାୟା ତଳେ ରହି ଠିକାଦାର ମାନେ ନିର୍ଭୟରେ ସରକାରୀଜମି ଦଖଲ କରୁଛନ୍ତି l ତହସିଲ ଅଫିସ ଅଳ୍ପ ଦୂର ରେ ଏପରି ଜବର ଦଖଲ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି l ତହସିଲ କାର୍ଯ୍ଯାଳୟ ର କିଛି ଅସାଧୁ କର୍ମଚାରୀ ଏହି ଯବର ଦଖଲ କାରୀ ଙ୍କୁ ପ୍ରୋତ୍ସାହିତ କରୁଥିବା ସ୍ତାନୀୟ ଲୋକେ କହୁଛନ୍ତି l ଏ ନେଇ ପ୍ରଶାସନ ଦୃଷ୍ଟି କୁ ଲୋକମାନେ ଆଣୁଥିଲେ ମଧ୍ୟ୍ୟ କିଛି କାର୍ଯ୍ୟନୁଷ୍ଠାନ ହେଉ ନାହଁ କିପରି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି l ସବୁଆଡେ ସରକାରୀ ଜମିକୁ ଜବର ଦଖଲ କରି ବାହାର ଲୋକ ମାନେ ବେଇଆନ ନିର୍ମାଣ କରିଚାଲିଛନ୍ତି l ଦାନଗଦି ତସିଲ ଅଞ୍ଚଳରେ ବହୁ ଭୂମି ହୀନ ଲୋକେ ସରକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ସରକାରୀ ସହାୟତା ପାଇଥିଲେ ମନ୍ଧ୍ୟ ନିଜର ଜାଗା ନଥିବାରୁ ସେମାନେ ଘର ଟିଏ କରିପାରୁ ନାହାନ୍ତି ତସିଲ ପକ୍ଷରୁ ସେମାନଙ୍କୁ ଜାଗା ଖଣ୍ଡିଏ ଦେଇ ପାରୁନାହାନ୍ତି l କିନ୍ତୁ ନିର୍ଭୟରେ କିପରି ସରକାରୀ ଜାଗା କୁ ଜବର  ମାଫିଆମାନେ ଦଖଲ କରୁଛନ୍ତି ତାହା ଆଲୋଚନା ବିଷୟ ପଲଟିଛି l ଯଥା ଶୀଘ୍ର ଏ ଜାଗା କୁ ଚିନ୍ନଟ କରି ଜବର ଦଖଲ ମୁକ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି l ଏ ନେଇ ଦାନଗଦି ତସିଲଦାର ରଞ୍ଜିତ କୁମାର ମଲ୍ଲିକ ଙ୍କୁ ଯୋଗା ଯୋଗ କରିଥିଲେ ମନ୍ଧ୍ୟ ସେ ଫୋନ ଗ୍ରହଣ କରିନଥିଲେ l


ଜଙ୍ଗଲ ଜମି ଜବରଦଖଲ
Leave A Reply

Your email address will not be published.