ଟିଟିଲାଗଡ଼, 3/4 ଟିଟିଲାଗଡ଼ ରେଳ ଜଙ୍କସନରୁ କେସିଙ୍ଗା ରେଳଧାରଣାର ସହରର ସିରଭଟା ରେଳବାଇ ଅଣ୍ଡରବ୍ରିଜ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସ୍ଥାନୀୟ ଜିଆରପି ପୁଲିସ ଉଦ୍ଧାର କରିଛି l ମୃତକ ସ୍ଥାନୀୟ ବ୍ଲକ ପଡାର କୃଷ୍ଣ ସାହୁଙ୍କ ପୁତ୍ର ସୁନିଲ ସାହୁ (45) ବୋଲି ଜଣାପଡିଛି l ମୃତ ସୁନିଲଙ୍କ ଶରୀର ଟ୍ରେନରେ କଟି ଅଣ୍ଟାରୁ ଦୁଇ ଫାଳ ହୋଇଥିବା ଦେଖାଯାଇଥିଲା l ମୃତକଙ୍କ ପତ୍ନୀ ତଥା ଦୁଇ ସନ୍ତାନ ରହିଛନ୍ତି l ଏନେଇ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରହିଥିବା ଜିଆରପି ଅଧିକାରୀ ବିନୟ ଭୋଇ କହିଛନ୍ତି l ଅନ୍ୟପକ୍ଷରେ ସେ କିଛି ଲୋକଙ୍କ ସହିତ ଧାରକରଜ କୁ ନେଇ ଗତକାଲି ସନ୍ଧ୍ୟାରେ ଟଙ୍କା ଅସୁଳି ନେଇ ଧମକ ଦେଇଥିବା ଆଲୋଚନା ହୋଇଛି l ଏନେଇ ମାନସିକ ଦୃଷ୍ଟିରୁ ଭାଙ୍ଗି ପଡ଼ିଥିବା ନେଇ ସୁନିଲ ଆତ୍ମହତ୍ୟା କରିଥିବା ଆଲୋଚନା ହୋଇଛି
