ଖ୍ରୀଷ୍ଟକଲେଜରେ ଅଧ୍ୟାପିକା ଗାୟତ୍ରୀ ମହାପାତ୍ର ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା.

କଟକ ଖ୍ରୀଷ୍ଟ କଲେଜ ଶିକ୍ଷକ ସଂଘ ତରଫରୁ ଇତିହାସ ବିଭାଗମୁଖ୍ୟ ବରିଷ୍ଠ ଅଧ୍ୟାପିକା

ଶ୍ରୀମତୀ ଗାୟତ୍ରୀ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କଲେଜର ଅଧ୍ୟକ୍ଷା ଶ୍ରୀମତୀ

ମଧୁମିତା ପାତ୍ର ସଭାପତିତ୍ବ କରି ଶ୍ରୀମତୀ ମହାପାତ୍ରଙ୍କର ବନ୍ଧୁବତ୍ସଳତା, କାର୍ଯ୍ୟନିପୁଣତା, ସମୟାନୁବର୍ତିତା

ସମ୍ପର୍କରେ ସ୍ମୃତିୟରଣ କରିଥିଲେ । ଶିକ୍ଷକ ସଂଘର ସଂପାଦକ ଡଃ ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ

ଅବସରରେ ଶ୍ରୀମତୀ ମହାପାତ୍ରଙ୍କର ଅଧ୍ୟାପନା ଓ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ ମହାପାତ୍ରଙ୍କୁ

ସମ୍ବର୍ଦ୍ଧନା ସ୍ୱରୂପ ମାନପତ୍ର, ଉତରୀୟ ଓ ବିଭିନ୍ନ ଉପଢୌକନ ପ୍ରଦାନ କରାଯାଇଥିଲା । ପ୍ରାଧ୍ୟାପକ ଡଃ ଦୈତ୍ୟାରୀ

ଶୁକ୍ଳ ମାନପତ୍ର ପାଠ କରିଥିଲେ । ଡଃ ଦେବଯାନୀ ଦାଶ, ଡଃ କ୍ଷଣପ୍ରଭା ନନ୍ଦ, ସୁମନ ରଏ, ଡଃ ଯୋଗଶଙ୍କର

ମହାପ୍ରଶସ୍ତ୍ର, ଡଃ ପ୍ରଶାନ୍ତ କୁମାର ମହାନ୍ତି, ଦେବାଶୀଷ ମହାପାତ୍ର, ଶୋଭନ ପଣ୍ଡା, ଡଃ ଆଲୋକ ମିଶ୍ର, ନିବେଦିତା

ଦାସ ପ୍ରମୁଖ ଶ୍ରୀମତୀ ମହାପାତ୍ରଙ୍କ ଗୁଣାବଳୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀମତୀ ମହାପାତ୍ର

ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ କହିଲେ ଯେ ଖ୍ରୀଷ୍ଟ କଲେଜ ପରିବାର ପରି ମୋର ସୁଖଦୁଃଖରେ ଛିଡା

ହୋଇଥିବାରୁ ଖ୍ରୀଷ୍ଟ କଲେଜ ଓ ଶିକ୍ଷକ ସଂଘର ସର୍ବକୁଶଳ କାମନା କରୁଛି । ଶେଷରେ ଧନ୍ୟବାଦ ଅର୍ପଣ

କରିଥିଲେ ଅଧ୍ୟାପକ ସୁବ୍ରତ ବଳ ।

Leave A Reply

Your email address will not be published.