ସୋମେଶ ରଣବିଜୁଳି ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର
ଓପିଏସସି ଓଜେଏସ୍-୨୦୨୩ ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗୁରୁବାର ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ୨୪ ମହିଳା ପ୍ରାର୍ଥୀଙ୍କ ସମେତ ୩୩ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ରହିଛନ୍ତି ।ସଫଳ ହୋଇଥିବା ପ୍ରାର୍ଥୀଙ୍କ ତାଲିକାରେ ନୟାଗଡ଼ ଖଣ୍ଡପଡାର ସୋମେଶ ରଣବିଜୁଳି (ରୋଲ୍ ନମ୍ବର ୨୦୦୧୧୩) ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ, ଅରୁଣିମା ପତି (୨୪୦୦୦୯୧) ଏବଂ ପାୟଲ୍ ଆଟ୍ଟା (୪୦୦୪୪୯) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି।ଓପିଏସସି ଦ୍ବାରା ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି, ସମସ୍ତଙ୍କ ଅବଗତି ପାଇଁ ଜଣାଯାଉଛି ଯେ, କମିସନ ଏଠାରେ ୨୦୨୩-୨୪ର ବିଜ୍ଞାପନ ସଂଖ୍ୟା ୩୦ ଅନୁଯାୟୀ, ଓଡ଼ିଶା ନ୍ୟାୟିକ ସେବା-୨୦୨୩ରେ ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟତା କ୍ରମରେ ୩୩ (୨୪-ମହିଳା) ପ୍ରାର୍ଥୀଙ୍କ ନାମ (ତାଲିକା ସଂଲଗ୍ନ) ସୁପାରିଶ କରାଯାଇଛି।
/sambad/media/media_files/2025/03/13/sPbQhDEhAemYvfdO4nBq.jpg)
ସମ୍ପର୍କିତ ପ୍ରାର୍ଥୀମାନଙ୍କୁ ବିବରଣୀ ପାଇଁ କମିସନର ୱେବସାଇଟ୍ (www.opsc.gov.in) ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଏଥିରେ କୁହାଯାଇଛି।