ଚୌଦ୍ୱାର ଦୁର୍ଗର ସୁରକ୍ଷା ଭର୍ତ୍ତୃହରିଙ୍କ ଦାବି

ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ନିଶ୍ଚିହ୍ନ ହେବାକୁ ବସିଥିବା ପ୍ରାଚୀନ ଚୌଦ୍ଵାର ଦୁର୍ଗର ସୁରକ୍ଷା ନିମନ୍ତେ ତୁରନ୍ତ ଦୃଷ୍ଟିଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବ ସୋମବାର ସଂସଦର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍ଥାପନକରି କହିଥିଲେ, କଟକ ଜିଲ୍ଲାର ଚୌଦ୍ଵାରରେ ଏକଦା ଗଜପତିଙ୍କ ଶାସନକେନ୍ଦ୍ର ଥିଲା। ଅନେକଦିନ ଧରି ଏଠାରେ ଥିବା ଦୁର୍ଗରୁ ଗଜପତି ରାଜା ଶାସନ ଚଳାଉଥିଲେ। ପରବର୍ତୀ ସମୟରେ କଟକ ଓ ପରେ ଖୋର୍ଦ୍ଧାକୁ ନୀ ସ୍ଥାନାନ୍ତରୀତ ତ ହୋଇଥ୍ ଇଥିଲା। ସମ୍ପ୍ରତି ଚୌଦ୍ଵାରରେ ଗଜପତି ଶାସନ ସମୟର ଦୁର୍ଗାବଶେଷ ଦୃଶ୍ୟମାନ ହେଉଛି ଏବଂ ଏହାକୁ ସ୍ଥାନୀୟ ଲୋକେ ‘ବଢ଼ି’ ରାଜଧାନୀ ବୋଲି କହନ୍ତି । । ଏହାର ବିଶେଷତ୍ଵ ରହିଛି। କାରଣ ଚତୁର୍ଦ୍ଦିଗରେ ରହିଥିବା ଚାରିଟି ଲାଟେରାଇଟ୍ ସ୍ତମ୍ଭ ଚାରିଦ୍ଵାରକୁ ସୂଚାଇଥାଏ । ଏହାର ମଧ୍ୟରେ ଗ୍ରାନାଇଟ୍ର ଏକ ଚଟାଣ ମଧ୍ୟ ରହିଛି । ସ୍ଥାନୀୟ ଲୋକେ କହନ୍ତି, ଏହା ଜଣେ ପ୍ରସିଦ୍ଧ ବୌଦ୍ଧସନ୍ନ୍ୟାସୀଙ୍କ ଆସନ। ଦୁର୍ଗ ଅଞ୍ଚଳ ଏଏସ୍ଆଇ ଦ୍ଵାରା ସଂରକ୍ଷିତ। ତେବେ ଜବରଦଖଲରୁ ଏହାକୁ ସୁରକ୍ଷିତ ରଖିବା ରେ ସେ ସେଭଳି କୌଣସି ପ୍ରୟାସ ଏପର୍ଯ୍ୟନ୍ତ କରାଯାଇନାହିଁ । ଏଏସ୍ଆଇର ସାଇନ୍ ବୋର୍ଡ ବ୍ୟତିରକେ ଏଭଳି ପ୍ରାଚୀନ ଓ ଐତିହାସିକ କୀର୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ କୌଣସି କାର୍ଯ୍ୟ ହୋଇନାହିଁ । ପାଚେରି ନଥୁବାରୁ ବୁଲା ଗାଈଗୋରୁ ଓ ଛେଳିଙ୍କ ଚରାଭୂଇଁ ପାଲଟିଛି ମୁକୁଳା ପଡିଥିବା କ୍ଷେତ୍ରଟି। ଚୌଦ୍ଵାର ମ୍ୟୁନିସିପାଲିଟିର ମଧ୍ଯସ୍ଥଳରେ ପ୍ରାୟ ୧୦ ଏକର ପରିମିତ ଏହି ଐତିହାସିକ କ୍ଷେତ୍ରର ସୁରକ୍ଷା ନିମନ୍ତେ ତୁରନ୍ତ ସୁରକ୍ଷାକର୍ମୀ ମୁତୟନ ସହ ପାଚେରି ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି ଶ୍ରୀ ମହତାବ