କ୍ଷମା ମାଗନ୍ତୁ ବିରୋଧୀ:ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିରୋଧୀ। ବିରୋଧୀ ଭାବେ ଗୃହରେ କିଭଳି ବ୍ୟବହାର କରାଯିବା କଥା, ତାହା ଶିଖିନାହାନ୍ତି। ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ କ୍ଷମା ମାଗନ୍ତୁ ବିରୋଧୀ ବିଜେଡି ଓ କଂଗ୍ରେସ। ଆଜି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଗୃହରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ନେଇ ବିଜେପିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା।ମହିଳା ବାଚସ୍ପତିଙ୍କୁ କାଗଜ ଫଙ୍ଗି ଅପମାନିତ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିରୋଧୀ। ବିରୋଧୀ ଭାବେ ଗୃହରେ କିଭଳି ବ୍ୟବହାର କରାଯିବା କଥା, ତାହା ଶିଖିନାହାନ୍ତି। ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ କ୍ଷମା ମାଗନ୍ତୁ ବିରୋଧୀ। ଆଜି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ସୂଚନାଯୋଗ୍ୟ, ମଙ୍ଗଳବାର ବି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ସେମାନେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ। ଏଣେ ବିଜେଡି ବିଧାୟକମାନେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ଗୃହରେ ପ୍ରବଳ ହଟ୍ଟଗୋଳ ହେବା ପରେ ମଧ୍ୟ ପ୍ରଶ୍ନକାଳ ଜାରି ରହିଥିଲା। ବାଚସ୍ପତି ସୁରମା ପାଢ଼ୀ ସୁଚାରୁରୂପେ ଗୃହକୁ ପରିଚାଳନା କରୁଥିଲେ। ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଜୟନାରାୟଣ ମିଶ୍ର ଓ ତାରା ପ୍ରସାଦ ବାହିନୀପତିଙ୍କ ଭିତରେ ହାତାହାତି ହୋଇଥିଲେ। ହେଲେ ପରେ ଗୃହକୁ ୧୨ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.