କଏଦୀଙ୍କ ପାଇଁ ନାହାନ୍ତି ମନସ୍ତତ୍ତ୍ବବିଦ୍, ବଦଳୁନି ମାନସିକ ସ୍ଥିତି
କୋରାପୁଟ ଜିଲ୍ଲାରେ ୩ଟି ଜେଲ ରହିଛି। କୋରାପୁଟରେ ରହିଛି ସର୍ବପୁରାତନ ସର୍କଲ ଜେଲ୍। ଜୟପୁରରେ ସ୍ବତନ୍ତ୍ର ଜେଲ୍ ଓ କୋଟପାଡରେ ସବଜେଲ୍। ଏହି ତିନି ଜେଲ୍ରେ ୨୩୧ଜଣ କଏଦୀ ଓ ୬୦୧ଜଣ ବିଚାରାଧୀନ ଅଭିଯୁକ୍ତ ଅଛନ୍ତି
କୋରାପୁଟ/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : କୋରାପୁଟ ଜିଲ୍ଲାରେ ୩ଟି ଜେଲ ରହିଛି। କୋରାପୁଟରେ ରହିଛି ସର୍ବପୁରାତନ ସର୍କଲ ଜେଲ୍। ଜୟପୁରରେ ସ୍ବତନ୍ତ୍ର ଜେଲ୍ ଓ କୋଟପାଡରେ ସବଜେଲ୍। ଏହି ତିନି ଜେଲ୍ରେ ୨୩୧ଜଣ କଏଦୀ ଓ ୬୦୧ଜଣ ବିଚାରାଧୀନ ଅଭିଯୁକ୍ତ ଏଭଳି ୮୩୨ଜଣଙ୍କା ପାଇଁ ମନସ୍ତତ୍ତ୍ବବିଦ୍ ନାହାନ୍ତି ।ଫଳରେ ସେମାନଙ୍କ ମାନସିକସ୍ଥିତି ବଦଳୁନି। ମାସକୁ ଥରେ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ମନସ୍ତତ୍ତ୍ବବିଦ୍ ଆସୁଥିବା ବେଳେ ସେ କେବଳ ୨ଟି ଜେଲ୍ର ୫୪ଜଣ ରୋଗୀଙ୍କ ଚିକିତ୍ସାରେ ହିଁ ସମୟ ବିତି ଯାଉଛି।ପରିସ୍ଥିତିରେ ପଡ଼ି କିମ୍ବା ଯେ କୌଣସି ସ୍ଥିତିରେ ଅପରାଧ ସଂଗଠିତ ହେଉଛି। ତେବେ ସେହି ଲୋକଙ୍କ ମାନସିକତାକୁ ପରଖି ସୁଧାରିବାକୁ ଚେଷ୍ଟା କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏଥି ପାଇଁ ଜଣେ ଜଣେ ମନସ୍ତତ୍ତ୍ବବିଦ୍ ପ୍ରତ୍ୟେକ ଜେଲ୍ରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଏଯାଏଁ କାର୍ଯ୍ୟକାରୀ ହୋଇ ପାରି ନାହିଁ।କୋରାପୁଟ ଜିଲ୍ଲାର କୋରାପୁଟ ମଣ୍ଡଳ କାରାଗାରରେ ୪୮୯ଜଣ ପୁରୁଷ, ୯ଜଣ ମହିଳା କଏଦୀ ଓ ବିଚାରାଧୀନ ଅଭିଯୁକ୍ତ ରହୁଛନ୍ତି। ଏମାନଙ୍କ ମଧ୍ୟରେ ୧୯୩ଜଣ କଏଦୀ ,୨୯୬ଜଣ ବିଚାରାଧୀନ ଅଭିଯୁକ୍ତ। ଏଠାରେ ୪୮ଜଣ ମନସ୍ତତ୍ତ୍ବବିଦ୍ ଙ୍କ ଜରିଆରେ ଚିକିତ୍ସାଧୀନ ରହିଛନ୍ତି। ଏମାନଙ୍କ ମଧ୍ୟରେ ବହୁ ପେଶାଦାର ଅପରାଧୀଙ୍କ ଠାରୁ ଆରମ୍ଭ କରି ଗଂଜେଇ ଚାଲାଣ, ହତ୍ୟା, ଡକାୟତି, ଲୁଟ, ରାହାଜାନୀ , ଭିଜିଲାନସ୍ ମାମଲା ଭଳି ଅପରାଧର ଅଭିଯୁକ୍ତ ଓ ଦୋଷୀ କଏଦୀ ବି ରହୁଛନ୍ତି। ୧୮ବର୍ଷରୁ ଉର୍ଦ୍ଧ୍ବ ବୟସରୁ ୬୦ବର୍ଷ ବୟସ ବର୍ଗର ଲୋକେ ରହୁଥିବା କାରାଗାରରୁ ସୂଚନା ମିଳିଛି। ଉଚ୍ଚଶିକ୍ଷିତ, ପୂର୍ବରୁ ସରକାରୀଚାକିରୀ କରି କିଛି ମାମଲାରେ ସଂପୃକ୍ତ ବ୍ୟକ୍ତି ବି ରହିଛନ୍ତି। ସେହିପରି ଜୟପୁର ସ୍ବତନ୍ତ୍ର କାରାଗାରରେ ୨୯୭ଜଣ ପୁରୁଷ, ୯ଜଣ ମହିଳା ଓ ବିଚାରାଧୀନ ଅଭିଯୁକ୍ତ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ୧୪ଜଣ କଏଦୀ ଓ ୨୯୨ଜଣ ବିଚାରାଧୀନ କଏଦୀ ରହିଛନ୍ତି।୬ଜଣ ମାନସିକରୋଗୀ ରହିଛନ୍ତି। ସେହିପରି କୋଟପାଡ ସବଜେଲରେ ୨୪ଜଣ କଏଦୀ ଓ ୪ଜଣ ବିଚାରାଧୀନ କଏଦୀ ରହିଛନ୍ତି। ଜେଲକୁ ଯେ କୌଣସି ମାମଲାରେ ବିଚାରାଧୀନ ଅଭିଯୁକ୍ତ ଭାବେ ଯିବା ପରେ ପରେ ମନସ୍ତତ୍ତ୍ବବିଦ୍ ମାମଲାର ଗୁରୁତ୍ବକୁ ଦେଖି ତାଙ୍କ ମାନସିକସ୍ଥିତି ପରଖିବା ନିହାତି ଆବଶ୍ୟକ। ସେଭଳି କଏଦୀ ମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ।ଏପରି ମନସ୍ତତ୍ତ୍ବବିଦ୍ ନ ରହିବା ଫଳରେ ବହୁ ସମୟରେ ବହୁ କଏଦୀ ଦୋଷୀ ସାବ୍ୟସ୍ତ ପରେ ମାନସିକ ଅବସାଦରେ ଆତ୍ମହତ୍ୟା କରିବା , ଏବଂ ଜେଲ ମଧ୍ୟରେ ଅନ୍ୟ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା କିମ୍ବା ନିଜ ପ୍ରତି ନିଜେ ବି ହାତ କାଟି ହେବା ଭଳି ଘଟଣା ହେବା ନଜିର ରହିଛି।ଏତେ ସଂଖ୍ୟକ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ସୁଧାରିବା ପାଇଁ ରାଜ୍ୟ ସରକାର ଚିନ୍ତା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବରିଷ୍ଟ ଆଇନଜୀବୀ ଅଜିତ ପାତ୍ର, ମାନବାଧିକାର କର୍ମୀ ଅନୁପ ପାତ୍ର। ଜେଲରେ ରହିବା ସମୟରେ ଯଦି ମାନସିକ ସନ୍ତୁଳନ ଅଭିଯୁକ୍ତ କିମ୍ବା କଏଦୀର ଭଲ ରହିବ ପରବର୍ତ୍ତୀ ସମୟରେ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସମୟରେ ସଠିକ ଭାବେ ବସବାସ କରିପାରିବ ବୋଲି ଉଭୟ କହିଛନ୍ତି।