ବାପାର ମୁଣ୍ଡ କାଟିଲା ପୁଅ

ବାରିପଦା/ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ପୁଅର ବୀଭତ୍ସ କାଣ୍ଡ। ବାପାର ମୁଣ୍ଡ କାଟିଲା ପୁଅ। ମାଆକୁ ବି ହତ୍ୟା ଉଦ୍ୟମ କରିଛି ପୁଅ। ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁଅ | ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଆତ୍ମ ସମର୍ପଣ କରିଛି l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି l ମୃତକ ବାଇଧର ସିଂ (୭୦)। ଅଭିଯୁକ୍ତ ସାନ ପୁଅ ଶମ୍ଭୁ ସିଂ(୪୦) ଫାର୍ସାରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି lଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.