ଓଡ଼ିଶାରେ ମୃଦୁ ଭୂମିକମ୍ପ  ଅନୁଭୂତ

ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ଆଜି ସକାଳ ୬ଟା ୧୦ରେ  ଓଡ଼ିଶାର କେତେକ ସ୍ଥାନରେ ମୃଦୁ ଭୂମିକମ୍ପ  ଅନୁଭୂତ ହୋଇଛି। ବିଶେଷ କରି ରାଜଧାନୀ ଭୁବନେଶ୍ବର, ପୁରୀ, ପାରାଦୀପ, ବାରିପଦା ଓ ବାଲେଶ୍ବରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ରହିଛି ୫.୧ ମ୍ୟାଗନେଚ୍ୟୁଟ୍‌ ।ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ବଙ୍ଗୋପସାଗର ।ଭାରତ ସମେତ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଓଡ଼ିଶାରେ ମଧ୍ୟ ଝଟକା ଅନୁଭୁତ ହୋଇଛି । ପୁରୀଠାରୁ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ୨୮୬ କିଲୋମିଟର, ବ୍ରହ୍ମପୁରରୁ ଦୂରତା ରହଛି ୩୯୪ କିଲୋମିଟର । ସେହିପରି ଭୁବନେଶ୍ବରରୁ ଦୂରତା ରହିଛି ୨୯୭ କିଲୋମିଟର ।

Leave A Reply

Your email address will not be published.