୨୪ ବର୍ଷରେ ହୀରାକୁଦ ତଳ ମୁଣ୍ଡରେ କେତୋଟି ଡ୍ୟାମ କରିଥିଲେ, ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତାଙ୍କ ନିକଟରେ ଥିବ

ଭୁବନେଶ୍ୱର ୨୦-୦୨-୨୦୨୫(ପିପିଏସ ) : ବିଧାନସଭାରେ ହୀରାକୁଦକୁ ନେଇ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ତେରେଛା ବାଣ ମାରିଲେ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ବାର ଆଲୋଚନା ହୋଇଛି। ମୁଁ ୨୪ ବର୍ଷର ପ୍ରସଙ୍ଗକୁ ଦୋହରାଇବାକୁ ଚାହୁଁନି। କିନ୍ତୁ ଆପଣମାନେ କେତୋଟି ଡ୍ୟାମ ତଳ ମୁଣ୍ଡରେ କରିଥିଲେ, ୨୪ ବର୍ଷ ମଧ୍ୟରେ ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। ନିଜକୁ ନିଜେ ପଚାରନ୍ତୁ । କିନ୍ତୁ ୮ ମାସ ଭିତରେ ଅନେକ ନୂଆ ପ୍ରକଳ୍ପ ପାଇଁ ଯୋଜନା କରି ଡିପିଆର ପ୍ରସ୍ତୁତ କରୁଛୁ।ହୀରାକୁଦ ସଙ୍କଟାପନ୍ନ ଅଛି। ହୀରାକୁଦରେ ସୁକାସୋଢ଼ା ଶୁଖିଗଲାଣି। କିଛି ବ୍ୟାରେଜ କରିବା ରାଜ୍ୟ ସରକାରଙ୍କ ଯୋଜନା ଅଛି କି ବୋଲି ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।
ତେଣେ ଡାବୁଗାଁର ବିଧାୟକ ମନୋହର ରାନ୍ଧରୀଙ୍କ ପ୍ରଶ୍ନରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଏହି ପ୍ରସଙ୍ଗ ଶାସକ ଦଳରେ ଥିବା ସମୟରେ ଉତ୍ଥାପନ କରିଥିଲେ ବର୍ତମାନ ଜଳସେଚନ ସମସ୍ୟା ରହିନଥାନ୍ତା। ଏବେକାର ଆମ ସରକାର ଏନେଇ କାର୍ଯ୍ୟକ୍ରମ ହାତକୁ ନେବ ଏବଂ ଜଳସମସ୍ୟା ଦୂର ହେବ। ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ବାର ଆଲୋଚନା ହୋଇଛି। ମୁଁ ୨୪ ବର୍ଷର ପ୍ରସଙ୍ଗକୁ ଦୋହରାଇବାକୁ ଚାହୁଁନି। କିନ୍ତୁ ଆପଣମାନେ କେତୋଟି ଡ୍ୟାମ ତଳ ମୁଣ୍ଡରେ କରିଥିଲେ, ୨୪ ବର୍ଷ ମଧ୍ୟରେ ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବ। ନିଜକୁ ନିଜେ ପଚାରନ୍ତୁ । କିନ୍ତୁ ୮ ମାସ ଭିତରେ ଅନେକ ନୂଆ ପ୍ରକଳ୍ପ ପାଇଁ ଯୋଜନା କରି ଡିପିଆର ପ୍ରସ୍ତୁତ କରୁଛୁ। ହୀରାକୁଦ ସଙ୍କଟାପନ୍ନ ଅଛି। ହୀରାକୁଦରେ ସୁକାସୋଢ଼ା ଶୁଖି ଗଲାଣି। କିଛି ବ୍ୟାରେଜ କରିବା ରାଜ୍ୟ ସରକାରଙ୍କ ଯୋଜନା ଅଛି କି ବୋଲି ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ। ଠିକ୍ ସେହିପରି ସୁବର୍ଣ୍ଣରେଖା ଜଳପ୍ରକଳ୍ପକୁ ନେଇ ବଡ଼ସାହି ବିଜେପି ବିଧାୟକ ସନାତନ ବିଜୁଳି ଉଦବେଗ ପ୍ରକାଶ କରି କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ୪ଥର ଉଦଘାଟନ କରିସାରିଥିଲେ ବି ଚାଷୀଙ୍କୁ ମିଲୁନି ପାଣି। କେବେ ଚାଷୀ ପାଇବେ ପାଣି ? ବିଧାୟକଙ୍କ ପ୍ରଶ୍ନରେ ନୟାଗଡ଼ କଥା ଉଠାଇ ଉଦବେଗ ପ୍ରକାଶ କରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ ନୟାଗଡ଼ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ୧୨୭ଟି ନଳକୂପ, ୭/୮ ବର୍ଷ ହେଲା ଅଚଳ ହୋଇପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତରଫରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।ଏଣେ ରାଜ୍ୟ ସରକାର ୩୧ଟି ବୃହତ ଏବଂ ମଧ୍ୟମ, ୨୭ଟି ବ୍ୟାରେଜ ଓ ୭୨ଟି ନଦୀ ଗର୍ଭ ଜଳାଶୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୫୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଖୁବଶୀଘ୍ର ଏହାର ଡିପିଆର କାର୍ଯ୍ୟ ଆରମ୍ଭ ହେବ। ବିଧାନସଭାରେ ଘୋଷଣା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

Leave A Reply

Your email address will not be published.