ସରକାରୀ ପ୍ରେସର ୫ବର୍ଷର ଆୟ ସୂଚନା

ଭୁବନେଶ୍ୱର ୨୦-୦୨-୨୦୨୫(ପିପିଏସ ) : ଗୋପନୀୟତା ଓ ଆର୍ଥିକ ଦୃଷ୍ଟିରୁ ବିଚାର କରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି ଅପାତତଃ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ପ୍ରଦାନ କରିଛନ୍ତି।ଓଡିଶାର ୯ଟି ସରକାରୀ ମୁଦ୍ରଣାଳୟର ଗତ ୫ଟି ଆର୍ଥିକ ବର୍ଷର ଆୟ-ବ୍ୟୟ କେତେ, ତାହାର ତଥ୍ୟ ଆର୍ଥିକ ବର୍ଷ ଓ ପ୍ରିଣ୍ଟିଂ ପ୍ରେସୱାରୀ ପ୍ରଦାନ କରିବେ କି? ଗୋପନୀୟତା ଓ ଆର୍ଥିକ ଦୃଷ୍ଟିରୁ ବିଚାର କରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି ସରକାର ପଦକ୍ଷେପ ନେଉଛନ୍ତି କି ବୋଲି ବିଜେଡ଼ି ବିଧାୟକ ଅମର କୁମାର ନାୟକଙ୍କ ଦ୍ବାରା ପଚରାଯାଇଥିବା ଏକ ପ୍ରଶ୍ନରେ ବାଣିଜ୍ୟ ମନ୍ତ୍ରୀ ଏଭଳି ଉତ୍ତର ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ କାର୍ଯ୍ୟକ୍ଷମ କଟକସ୍ଥିତ ସରକାରୀ ମୁଦ୍ରଣାଲୟ ସହିତ ୮ଟି ସରକାରୀ ଶାଖା ମୁଦ୍ରଣାଲୟ, ସରକାରଙ୍କ ଏକ ସେବା ପ୍ରଦାନକାରୀ ସଂସ୍ଥା ହିସାବରେ ସମସ୍ତ ସରକାରୀ କାର୍ଯ୍ୟଳୟମାନଙ୍କର ମୁଦ୍ରଣ ଆବଶ୍ୟକତାକୁ ପୂରଣ କରିଥାଏ ।ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ଆବଶ୍ୟକତା ଅନୁଯାୟୀ ମୁଦ୍ରଣ କରାଯାଇ ବିନା ଦେୟରେ ସମସ୍ତ ଅନୁସୂଚିତ ଫର୍ମ, ରେଜିଷ୍ଟର, ରସିଦ ବହି ଇତ୍ୟାଦି ଯୋଗାଇବା ସହିତ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ ଅଳ୍ପ କିଛିମୁଦ୍ରଣ କାର୍ଯ୍ୟ ବାବଦରେ ଅର୍ଥ ସଂଗ୍ରହ କରିସରକାରଙ୍କ ରାଜକୋଷରେ ମହଜୁଦ କରାଯାଇଥାଏ ।କେବଲ କଟକ, ଭୁବନେଶ୍ୱର ଓ କେନ୍ଦୁଝର ମୁଦ୍ରଣାଳୟମାନଙ୍କରେ କିଛିମୁଦ୍ରଣ କାର୍ଯ୍ୟ ବାବଦକୁ ଅର୍ଥସଂଗ୍ରହ କରାଯାଏ । ଅନ୍ୟାନ୍ୟ ଶାଖା ମୁଦ୍ରଣାଳୟମାନଙ୍କରେ କେବଳ ଲଫାଫା ଓ ଫାଇଲ ବୋର୍ଡ ବନ୍ଧେଇ କାର୍ଯ୍ୟ ସମ୍ପାଦିତ ହୋଇଥାଏ। ।ବିଗତ ୫ଟି ଆଥିକ ବର୍ଷ ସେସବୁ ମୁଦ୍ରଣାଳୟମାନଙ୍କରୁ ଗେଜେଟ ପବ୍ଲିକେସନ, ଡାଏରୀ, କ୍ୟାଳେଣ୍ଡର, ଷ୍ଟାଣ୍ଡାର୍ଡ ଫର୍ମ, ୱେଷ୍ଟ ପେପର, ସ୍କାପ୍ ମ୍ୟାଟେରିଆଲ ଇତ୍ୟାଦି ବକ୍ରି ବାବଦକୁ ସଂଗୃହିତ ଅର୍ଥର ତଥ୍ୟ ମନ୍ତ୍ରୀ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ୨୦୧୯-୨୦ରେ ମୋଟ ୬,୦୮୨୯,୦୦୦ ଟଙ୍କା ଆୟ ହୋଇଥିବାବେଳେ ୨୦୨୦-୨୧ରେ ୪,୪୪,୬୯,୦୦୦ ଟଙ୍କା, ୨୦୨୧-୨୨ରେ ୨,୬୨,୩୭,୦୦୦ଟଙ୍କା ଆୟ ହୋଇଥିଲା। ସେହିଭଳି ୨୦୨୨-୨୩ରେ ୬,୭୬,୦୪,୦୦୦ଟଙ୍କା ଏବଂ ୨୦୨୩-୨୪ରେ ୨,୬୧,୪୩,୦୦୦ଟଙ୍କା ଆୟ ହୋଇଥିଲା ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.