ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ

ରେଖା ଗୁପ୍ତାଙ୍କ ନାଁରେ ବାଜିଲା ମୋହର

ନୂଆଦିଲ୍ଲୀ/ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର ।ତେବେ ଆଜି ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ନେଇ ଜୋରଦାର ଚାଲିଥିଲା ମାନସ ମନ୍ଥନ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହଲଚଲ ହୋଇଥିଲା । ଆଉ ଶେଷରେ ଦିଲ୍ଲୀ ଦରବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । ଆସନ୍ତାକାଲି ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ରାମଲୀଳା ମୈଦାନରେ ଭବ୍ୟ ଶପଥ ସମାରୋହ ।

Leave A Reply

Your email address will not be published.