ଜନ୍ମଦାତ୍ରୀଙ୍କୁ ପିଟିପିଟି ମାରିଦେଲା ପୁଅ

ନୀଳଗିରି/ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ମା’ର ପରକୀୟା ପ୍ରୀତି ହେଲା କାଳ। ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ଅନେକ ଆଗରୁ ପୁଅର ସନ୍ଦେହ ଥିଲା। ଆଜି ଆଖି ସାମ୍ନାରେ ଦେଖିଲା ପରେ ସହ୍ୟ କରିପାରି ନଥିଲା ପୁଅ। ମୁଣ୍ଡରେ ପୀତ ଚଢ଼ିବାରୁ ଏକ କାଠଫାଳିଆରେ ପିଟିପିଟି ମାରିଦେଲା। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ବାଘମରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛି।ସୂଚନା ମୁତାବକ ଆଜି ଅପରାହ୍ନରେ ବାଘମରା ଗ୍ରାମର ବିଧବା କଙ୍କିମଣି ସିଂ (୪୫)ଉକ୍ତ ଗ୍ରାମର ବାୟା ନାମକ ଏକ ଯୁବକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ସାନପୁଅ ଦୁର୍ଗା ସିଂ (୨୪)ଦେଖିଥିଲା। ମା’ ଓ ବାୟା ଏକାଠି ଥିବାରୁ ପୁଅ ଏହାକୁ ପାପ ସଂପର୍କ ବୋଲି ସନ୍ଦେହ କରିଥିଲା। ଫଳରେ ସେ ହିତାହିତ ଜ୍ଞାନ ହରାଇ ଘରେ ପଡ଼ିଥିବା ଏକ କାଠଫାଳିଆରେ ନିଜ ମା’କୁ ମାରିଥିଲା।ଖରାପ ସଂପର୍କ ଆଖି ସାମ୍ନାରେ ଦେଖିଲା ପରେ ଏହାକୁ ସହ୍ୟ କରିପାରି ନଥିଲା ପୁଅ। ପିଲାଦିନରେ ବାତ୍ସଲ୍ୟ ମମତା ମଧ୍ୟ ଭୁଲି ଯାଇଥିଲା। ମୁଣ୍ଡରେ ପୀତ ଚଢ଼ିବାରୁ ହିତାହିତ ଜ୍ଞାନକୁ ମନେ ପକାଇ ନଥିଲା। ତେଣୁ ଏକ କାଠଫାଳିଆରେ ପିଟିପିଟି ମାରିଦେଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଏହି ଅପ୍ରୀତିକର ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.