୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି

ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି । ଏନେଇ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି। ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି। ୨୦୨୩ରେ ଚୋରିକୁ ନେଇ ମୋଟ୍ ୧୬ ହଜାର ୮ଶହ ୫୧ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୧୭ ହଜାର ୮୦୫ ହୋଇଛି।  ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି। ୨୦୨୩ରେ ଚୋରିକୁ ନେଇ ମୋଟ୍ ୧୬ ହଜାର ୮ଶହ ୫୧ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୧୭ ହଜାର ୮୦୫ ହୋଇଛି।  

Leave A Reply

Your email address will not be published.