୧.୩୪ ଲକ୍ଷ କୋଟିରେ ପହଞ୍ଚିଲା ଓଡ଼ିଶାର ମୋଟ ଋଣ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟର ଆକାର ୨୦୨୪-୨୫ ବଜେଟର ଆକାର ତୁଳନାରେ ପ୍ରାୟ ୯.୪ ପ୍ରତିଶତ ଅଧିକ ।
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟର ଆକାର ୨୦୨୪-୨୫ ବଜେଟର ଆକାର ତୁଳନାରେ ପ୍ରାୟ ୯.୪ ପ୍ରତିଶତ ଅଧିକ । ୨୦୨୪-୨୫ ବଜେଟର ଆକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ ଓଡ଼ିଶାର ମୋଟ ଋଣ ପରିମାଣ ୧ ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ରାଜ୍ୟ ଜିଡିପିର ୧୨.୭% । ୨୦୨୫-୨୬ରେ ରାଜ୍ୟ ସରକାର ପ୍ରାୟ ୪୭୪୦୦ କୋଟି ଟଙ୍କାର କରଜ କରିବେ ।ଓଡ଼ିଶାର ମୋଟ ଋଣ ପରିମାଣ ୧ ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ରାଜ୍ୟ ଜିଡିପିର ୧୨.୭% । ୨୦୨୫-୨୬ରେ ରାଜ୍ୟ ସରକାର ପ୍ରାୟ ୪୭୪୦୦ କୋଟି ଟଙ୍କାର କରଜ କରିବେ ।୨ ଲକ୍ଷ ୯୦ ହଜାର କୋଟି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ୧,୦୮,୦୦୦ କୋଟି ଟଙ୍କା ଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ୧,୭୦,୦୦୦ କୋଟି ଟଙ୍କା ରହିଛି । କାର୍ୟ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଆକାରର ୫୮.୬୨% ରୁ ଅଧିକ ।ଏଥିରେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ୪ ହଜାର କୋଟି ଓ ରାଜ୍ୟ ସରକାରଙ୍କ ଦ୍ବାରା ପାଣ୍ଠି ହସ୍ତାନ୍ତର ୮ ହଜାର କୋଟି ଅନ୍ତର୍ଭୁକ୍ତ ।