୧୦୦୦ ଏକର ବିଶିଷ୍ଟ ଲାଣ୍ଡବ୍ୟାଙ୍କ ପ୍ରତିଷ୍ଠା କରାଯିବ, ସ୍ଥାପନ ହେବ ୮ଟି ମଲିଟି-ମୋଡାଲ ଲଜିଷ୍ଟିକ୍ସ ପାର୍କ
ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଉପସ୍ଥାପିତ ବଜେଟରେ ରାଜ୍ୟରେ ଶିଳ୍ପ ବିକାଶ ଓ ପୁଞ୍ଜିନିବେଶ ଆକୃଷ୍ଟ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ଶିଳ୍ପ ସଂସ୍ଥା ମାନଙ୍କ ପାଇଁ ଏକ ୧୦୦୦ ଏକର ବିଶିଷ୍ଟ ଲାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା କରାଯିବ ।
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଉପସ୍ଥାପିତ ବଜେଟରେ ରାଜ୍ୟରେ ଶିଳ୍ପ ବିକାଶ ଓ ପୁଞ୍ଜିନିବେଶ ଆକୃଷ୍ଟ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ଶିଳ୍ପ ସଂସ୍ଥା ମାନଙ୍କ ପାଇଁ ଏକ ୧୦୦୦ ଏକର ବିଶିଷ୍ଟ ଲାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ଏଥିପାଇଁ ୧୦୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଶିଳ୍ପ ପାର୍କଗୁଡ଼ିକ ନିକଟରେ ଅତ୍ୟାଧୁନିକ ଭିତ୍ତିଭୂମି ଥିବା ଏସଇଜେଡ୍ ପ୍ରତିଷ୍ଠା କରାଯିବ । ସେହିପରି କନେକ୍ଟ ଓଡ଼ିଶା ଅଧିନରେ ରାଜ୍ୟର ୮ଟି ସ୍ଥାନରେ ମଲିଟି-ମୋଡାଲ ଲଜିଷ୍ଟିକ୍ସ ପାର୍କ ନିର୍ମାଣ ହେବ । ସରକାର ପାରାଦୀପ-ଚୌଦ୍ବାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲା ଶିଳ୍ପ କରିଡର ନିର୍ମାଣ କରାଯିବ । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ଆର୍ଥିକ ସହାୟତା ପାଇଁ ୬୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ପରିବହନ :
ବଜେଟରେ ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାରେ ଉନ୍ନତି ଉପରେ ଗୁରୁତ୍ବ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ବସସେବା ଯୋଜନା ୧୦୮୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅଟଳ ବସଷ୍ଟାଣ୍ଡ ଯୋଜନା ପାଇଁ ୧୨୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ରାଜ୍ୟର ଇଞ୍ଚୁଡ଼ି ଓ ବାହୁଡ଼ାଠାରେ ବନ୍ଦର ସ୍ଥାପନ କରାଯିବ । ସେହିପରି ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ବୁଷ୍ଟ ମଡେଲ ଅନୁସାରେ କରାଯିବ । ରେଳ ପ୍ରକଳ୍ପ ପାଇଁ ୩୦୦ କୋଟି ଓ ବେସାମରିକ ବିମାନ ଚଳାଚଳ ପାଇଁ ୩୮୨ କୋଟି ଟଙ୍କା ଦିଆଯାଇଛି ।