ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିଭାହ ଯୋଜନା
ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ତେବେ ସରକାର ଗରିବ ଝିଅମାନଙ୍କ ବିବାହ ପାଇଁ ଏକ ଗଣ ବିବାହ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । ଏହାର ନାଁ ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏହା ମାଧ୍ୟମରେ ଗଣବିବାହ ଆୟୋଜନ କରାଯିବ । ସରକାର ଏବାବଦ ସମସ୍ତ ବ୍ୟୟ ବହନ କରିବେ ଓ କନ୍ୟାକୁ ସରକାରଙ୍କ ପକ୍ଷରୁ ଏକ ଉପହାର ଦିଆଯିବ । ଏହି ଯୋଜନା ପାଇଁ ୧୨ କୋଟିର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୨୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ଏହାଛଡ଼ା ମମତା ଯୋଜନା ପାଇଁ ୨୮୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ୨୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମିସନ ଶକ୍ତି ପାଇଁ ୨୭୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।