ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର। ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା ।
ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର। ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା । କିନ୍ତୁ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର । ପୂର୍ବ ସୂଚନା ଆଧାରରେ, ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ଲୋକ ଇକେୱାଇସି କରିନାହାନ୍ତି । ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ । ମନ୍ତ୍ରୀ କହିଛନ୍ତି, କିଛି ସ୍ଥାନରେ ନେଟୱର୍କ ସମସ୍ୟା ପାଇଁ ଲୋକେ ଇ-କେୱାଇସି କରିପାରିନାହାନ୍ତି। ୧୧୧ ସ୍ଥାନରେ ସ୍ଲୋ ନେଟୱର୍କ ଏବଂ ୨୩୦ ସ୍ଥାନରେ ନେଟୱର୍କ ନଥିବା କାରଣରୁ ଲୋକେ ଇ-କେୱାଇସି ଅପଡେଟ୍ କରିପାରିନାହାନ୍ତି। ମୋଟ ୩୪୧ ସେଣ୍ଟରରେ ନେଟୱର୍କ ନଥିବା କାରଣରୁ ଇକେୱାଇସି କରିବାରୁ ବଞ୍ଚିତ ହୋଇଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସରକାର ଅବଧି ବଢାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।