ବନ୍ଦ ଘରୁ ୩ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳ/ଭୁବନେଶ୍ୱର ୧୫-୦୨-୨୦୨୫(ପିପିଏସ ) : ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଏକ ବନ୍ଦ ଘରୁ ୩ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ଶଙ୍କରର୍ଷଣ ଦାସ(୭୦), ସୁବର୍ଣ୍ଣ ଦାସ (୪୫) ଓ ସନ୍ତୋଷ ଦାସ (୧୬)। ମୃତକମାନଙ୍କ ଭିତରେ ବାପା, ଝିଅ ଓ ନାତି ଅଛନ୍ତି। ସୂଚନା ଅନୁସାରେ ଚାଉଳିଆ ଖମାର ଗାଁରେ ଏକ ବନ୍ଦ ଘରେ ୩ ଜଣଙ୍କର ମୃତଦେହ ଝୁଲୁଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ବନ୍ଦ ଘରୁ ଶଙ୍କରର୍ଷଣ, ସୁବର୍ଣ୍ଣ ଓ ସନ୍ତୋଷଙ୍କ ମୃତଦେହ ଜବତ କରିଥିଲା। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତ ଅନୁସାରେ ଓ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତାରୁ ଯାହା ଜଣାପଡ଼ିଛି ଶଙ୍କରର୍ଷଣଙ୍କ ପରିବାର ସବୁବେଳେ କବାଟ ବନ୍ଦ କରି ରହୁଥିଲେ। ଆଜି ଦିନସାରା କବାଟ ବନ୍ଦ ରହିବାରୁ ସ୍ଥାନୀୟ ଲୋକେ ଏହାରି ଉପରେ ସନ୍ଦେହ କରିଥିଲେ। ଘଟଣାସ୍ଥଳକୁ ପୁଲିସ ଟିମ୍‌ ଯାଇ ୩ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତଦନ୍ତ ସରିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ବନ୍ଦ ଘରୁ ୩ ଜଣଙ୍କର ମୃତଦେହ ଜବତ ଘଟଣା ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍‌ ପ୍ରଧାନ କହିଛନ୍ତି,

Leave A Reply

Your email address will not be published.