ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି: ରାଜ୍ୟପାଳ

ଭୁବନେଶ୍ୱର ୧୩-୦୨-୨୦୨୫(ପିପିଏସ) : ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ‘ସରକାର ନୂଆ ଶିକ୍ଷାନୀତିକୁ ଓଡ଼ିଶାରେ ଲାଗୁ କରିଛନ୍ତି। ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ ରଖି ଏହା କହିଛନ୍ତି।‘ଜୟ ଜଗନ୍ନାଥ’ କହି ଅଭିଭାଷଣ ଆରମ୍ଭ କରି ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ।  ସେ କହିଛନ୍ତି, ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ହୋଇ ରହିଛି। ଓଡ଼ିଶା ନିଜର ଐତିହ୍ୟ ଓ କୀର୍ତ୍ତିରାଜି ପାଇଁ ପରିଚିତ।‘ମୋ ସରକାର ଧାନର ଏମଏସପି ୮୦୦ ଟଙ୍କା ବଢ଼ାଇଛନ୍ତି।ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି  କହିଛନ୍ତି,୧.୩୬ ଲକ୍ଷ ପଞ୍ଜିକୃତ କୃଷକଙ୍କ ପାଇଁ ଚାଷବୀମା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରାଯାଇଛି। ଏଣେ ‘ସୁଭଦ୍ରା’ ଯୋଜନାରେ କୋଟିଏ ମହିଳା ଲାଭବାନ ହୋଇଛନ୍ତି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ଆଜି ୧୩ ଫେବ୍ରୁୟାରିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିଛି।  ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ

Leave A Reply

Your email address will not be published.