ବିଧାନସଭା ପେପରଲେସ୍: ଲାଗିଲା ଟ୍ୟାବ୍

ଭୁବନେଶ୍ୱର ୧୨-୦୨-୨୦୨୫ (ପିପିଏସ) : ଓଡ଼ିଶା ବିଧାନସଭା ପେପରଲେସ୍ ହୋଇଛି। ବିଧାୟକମାନେ ଏଣିକି ସ୍ମାର୍ଟ ହେବେ। ବିଧାନସଭାରେ ଆଉ ପେପର ନୁହେଁ ବିଧାୟକମାନେ ଟ୍ୟାବ୍‌ରେ ପଢିବେ। ବିଧାନସଭାର ୧୪୭ ବିଧାୟକଙ୍କ ଆସନ ସାମ୍ନାରେ ଟ୍ୟାବ୍ ଲାଗିଛି। ନେଭା ପକ୍ଷରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ କରାଯାଇଛି।

ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ।

ପେପରଲେସ୍ ବିଧାନସଭା

ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ।୧୪ ଓ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ। ମାର୍ଚ୍ଚ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ।

Leave A Reply

Your email address will not be published.