Skip to content
-
Subscribe to our newsletter & never miss our best posts. Subscribe Now!
Prajatantra The Voice

News Portal

Prajatantra The Voice

News Portal

  • Home
  • ଓଡିଶା
  • ଦେଶ-ବିଦେଶ
  • ରାଜନୀତି
  • ଅପରାଧ
  • ବାଣିଜ୍ୟ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ଖେଳ
  • ଭିଡିଓ
  • Home
  • ଓଡିଶା
  • ଦେଶ-ବିଦେଶ
  • ରାଜନୀତି
  • ଅପରାଧ
  • ବାଣିଜ୍ୟ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ଖେଳ
  • ଭିଡିଓ
  • https://www.facebook.com/
  • https://twitter.com/
  • https://t.me/
  • https://www.instagram.com/
  • https://youtube.com/
Prajatantra The Voice

News Portal

Prajatantra The Voice

News Portal

  • Home
  • ଓଡିଶା
  • ଦେଶ-ବିଦେଶ
  • ରାଜନୀତି
  • ଅପରାଧ
  • ବାଣିଜ୍ୟ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ଖେଳ
  • ଭିଡିଓ
  • Home
  • ଓଡିଶା
  • ଦେଶ-ବିଦେଶ
  • ରାଜନୀତି
  • ଅପରାଧ
  • ବାଣିଜ୍ୟ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ଖେଳ
  • ଭିଡିଓ
  • https://www.facebook.com/
  • https://twitter.com/
  • https://t.me/
  • https://www.instagram.com/
  • https://youtube.com/
ଅନ୍ତର୍ଜାତୀୟଖେଳଜାତୀୟଦେଶ-ବିଦେଶପ୍ରମୁଖ ଖବର

୩ୟ ଦିନିକିଆରେ ଭାରତର ଦମ୍‌ଦାର ପ୍ରଦର୍ଶନ: ୧୪୨ରନ୍‌ରେ ହାରିଲା ଇଂଲଣ୍ଡ

By Prajatantra Voice
February 12, 2025 2 Min Read
0

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି।

ଅହମଦାବାଦ/ଭୁବନେଶ୍ୱର ୧୨-୦୨-୨୦୨୫ (ପିପିଏସ) : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ବିଶାଳ ବିଜୟ ହାସଲ କରିଛି। ୩୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ବିଦେଶୀ ଟିମ୍ ୧୪୨ ରନ୍‌ରେ ପରାସ୍ତ ହୋଇଛନ୍ତି। ଇଂଲଣ୍ଡ ଟିମ୍‌ ୩୪.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୧୪ ରନ୍‌ କରିପାରିଛି। ଏଥି ସହିତ ଭାରତୀୟ ଟମ୍‌ ଇଂଲଣ୍ଡକୁ ୧୩ ବର୍ଷ ପରେ ମୂଳପୋଛ କରିଛି। 

ଅନ୍ତିମ ମୁକାବିଲାରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ବୋଲିଂ କରିଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସେହିପରି ୱାସିଂଟନ୍‌ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା। 

ଇଂଲଣ୍ଡର ଖେଳାଳିରନ୍‌ବଲ୍‌ଚୌକାଛକା
ଫିଲିପ୍‌ ସଲ୍ଟ୨୩୨୧୦୪୦୦
ବେନ୍‌ ଡକେଟ୍‌୩୪୨୨୦୮୦୦
ଟମ୍‌ ବେନ୍‌ଟନ୍‌୩୮୪୧୦୪୦୨
ଜୋ ରୁଟ୍‌୨୪୨୯୦୨୦୦
ହେରି ବୁକ୍‌୧୯୨୬୦୧୦୧
ଜୋସ୍‌ ବଟଲର୦୬୦୯୦୦୦୦
ଲିଆମ୍‌ ଲିଭିଂଷ୍ଟୋନ୍‌୦୯୨୩୦୧୦୦
ଗସ୍‌ ଆର୍ଟିକସନ୍‌୩୮୧୯୦୬୦୧
ଆଦିଲ ରସିଦ୍‌୦୦୦୫୦୦୦୦
ମାର୍କ ଉଡ୍‌୦୯୦୭୦୨୦୦
ସାକିବ୍‌ ମହମ୍ମଦ (ଅପରାଜିତ)୦୨୦୪୦୦୦୦

ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା। 


ଭାରତ ପାଇଁ ଆଜି ଯୁବ କ୍ରିକେଟର ଶୁଭମନ୍ ଗିଲ, ଶ୍ରେୟସ ଆୟର ଓ ବିରାଟ କୋହଲି ବଡ଼ ଇନିଂସ ଖେଳିଥିଲେ। ଆରମ୍ଭରୁ ଭାରତ ପ୍ରଥମ ୱିକେଟ୍ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା।  କଟକ ଦିନିକିଆରେ ଶତକ ହାସଲ କରି ଦର୍ଶକଙ୍କ ମନ ଜିଣିପାରିଥିବା ରୋହିତ ଶର୍ମା ମାତ୍ର ୨ଟି ବଲ୍ ସାମ୍ନା କରିପାରିଥିଲେ। ଏଥିରୁ ସେ ଏକ ରନ୍ କରି ମାର୍କ ଉଡ୍‌ଙ୍କ ବଲ୍ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। 

ସ୍କୋର ୬ ରନ୍‌ରେ ଭାରତ ପ୍ରଥମ ୱିକେଟ୍ ହରାଇଥିଲା କିନ୍ତୁ ଦ୍ବିତୀୟ ୱିକେଟ୍ ପାଇଁ ବିରାଟ କୋହଲି ଓ ଶୁଭମନ୍ ଗିଲ୍ ୧୧୬ ରନ୍‌ର ଭାଗିଦାରୀ କରିପାରିଥିଲେ। ଇଂଲଣ୍ଡର ଦ୍ବିତୀୟ ଶିକାର ହୋଇଥିଲେ ବିରାଟ କୋହଲି। ଅର୍ଦ୍ଧଶତକ (୫୨ ରନ୍, ୫୫ବଲ୍, ୭ ଚୌକା ଓ ୧ ଛକା) ହାସଲ କରିବା ପରେ ଆଦିଲ ରସିଦ୍‌ଙ୍କ ବଲ୍ ଖେଳିବାକୁ ଯାଇ ଫିଲ୍ ସଲ୍ଟଙ୍କୁ କୋହଲି କ୍ୟାଚ୍ ଦେଇଥିଲେ। 
ସ୍କୋର ୨୨୬ ରନ୍ ଥିବା ବେଳେ ତୃତୀୟ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଶୁଭମନ୍ ଗିଲ୍। ସେ ଶ୍ରେୟସ ଆୟର ୧୧୦ ରନ୍ ଭାଗିଦାରୀ କରିପାରିଥିଲେ। ଯୁବ ବ୍ୟାଟର ଶୁଭମନ୍ ଗିଲ ତାଙ୍କ କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ସେ ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍ ସଂଗ୍ରହ କରିଥିଲେ। ସ୍କୋର୨୫୫ ରନ୍‌ରେ ଭାରତ ୪ର୍ଥ ୱିକେଟ୍ ଭାବେ ଶ୍ରେୟସ ଆୟର (୭୮ରନ୍, ୬୪ବଲ୍, ୮ ଚୌକା ଓ ୨ଛକା)ଙ୍କୁ ହରାଇଥିଲା। ଆୟର ନିଜର ୨୦ତମ ଦିନିକିଆ ଅର୍ଦ୍ଧଶତକ ହାସଲ ପରେ ଆଦିଲ ରସିଦଙ୍କ ବଲ୍ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଭାରତର ୫ମ ୱିକେଟ୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ସେ ୯ଟି ବଲ୍ ସାମ୍ନା କରିଥିଲେ। ଏଥିରୁ ସେ ୯ଟି ଛକା ମାରି ନିଜର ବ୍ୟକ୍ତିଗତ ସ୍କୋର ୧୭ ରନ୍ ସଂଗ୍ରହ କରିଥିଲେ। 

publive-image

ଅକ୍ଷର ପଟେଲ ୧୩ ରନ୍, କେଏଲ୍ ରାହୁଲ ୪୦ ରନ୍, ହର୍ଷିତ ରାଣା ୧୩ ରନ୍, ୱାସିଂଟନ୍ ସୁନ୍ଦର ୧୪ ରନ୍, ଅର୍ଶଦୀପ ସିଂ ୨ ରନ୍ ଓ କୁଲଦୀପ ଯାଦବ ଅପରାଜିତ ୧ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ଆଦିଲ ରସିଦଙ୍କୁ ସର୍ବାଧିକ ୪ ୱିକେଟ୍ ମିଳିଥିଲା। ମାର୍କ ଉଡଙ୍କୁ ୨ ୱିକେଟ୍ ମିଳିଥିବା ବେଳେ ସାକିବ ମହମ୍ମଦ, ଗସ୍ ଆଟିକସନ ଓ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Author

Prajatantra Voice

Follow Me
Other Articles
Previous

‘ଆମେ ଏପରି ଜ୍ଞାନ ସୃଷ୍ଟି କରିବା ଯାହା ବିଶ୍ୱକୁ ସକାରାତ୍ମକ ଭାବେ ରୂପାନ୍ତରିତ କରିବ’

Next

ନବ ଦାସ ହତ୍ୟା: ଜନସ୍ବାର୍ଥ ମାମଲାକୁ ଗୁରୁତ୍ବର ସହ ଗ୍ରହଣ କଲେ ହାଇକୋର୍ଟ

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

Copyright 2026 — Prajatantra The Voice. All rights reserved. Blogsy WordPress Theme