ପ୍ରେମକୁ ଅକ୍ଷୁଣ୍ଣ ରଖିବ ଟେଡି
ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଚକଲେଟ ଡେ’ର ଜୀବନରେ ମଧୁରତା ଭରିଥିବା ବେଳେ ଟେଡି ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଟେଡି ଦିଆନିଆ ହେବେ।

ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’ ପ୍ରେମୀଯୁଗଳଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଚକଲେଟ ଡେ’ର ଜୀବନରେ ମଧୁରତା ଭରିଥିବା ବେଳେ ଟେଡି ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଟେଡି ଦିଆନିଆ ହେବେ। କଥାରେ ଅଛି ଟେଡି ଯେତେ ଦିନ ପାଖରେ ଥିବ, ସେତେଦିନ ଯାଏ ପ୍ରେମ ଅକ୍ଷୁଣ୍ଣ ରହିବ। ବିଶେଷ କରି ପ୍ରେମିକମାନେ ନିଜ ପ୍ରେମିକାକୁ ଟେଡି ବିୟର ଉପହାର ଦେଇଥାଆନ୍ତି। ଖାସ ସେଥିପାଇଁ ବଜାରରେ ଟେଡି ବିୟର ଦୋକାନରେ ଯୁବପିଢ଼ିଙ୍କର ଭିଡ଼ ଜମୁଛି। ଟେଡି ଡେ’ ପାଇଁ ରାଜଧାନୀର ବିଭିନ୍ନ ମଲ୍ ବ୍ୟତୀତ ଗିଫ୍ଟ ଦୋକାନ, ରାସ୍ତାକଡ଼ ସବୁଠି ଭିନ୍ନ ଭିନ୍ନ ରଙ୍ଗ ଓ ଆକୃତିର ପସରା ମେଲିଛି। ବଜାରରେ ୧୫ ସେମିରୁ ଆରମ୍ଭ ହୋଇ ୬ ଫୁଟ ପର୍ଯ୍ୟନ୍ତ ଟେଡି ବିକ୍ରି ହେଉଛି। ଏନେଇ ନୂଆପଲ୍ଲୀର ବ୍ୟବସାୟୀଙ୍କ କହିବା ଅନୁଯାୟୀ ଗୋଲାପୀ ଓ ନାଲି ରଙ୍ଗର ଟେଡିର ବେଶ୍ ଚାହିଦା ରହିଛି। ଏହି ଦୁଇଟି ରଙ୍ଗର ଟେଡି ଦେଲେ ପ୍ରେମ ବଢ଼େ ବୋଲି ଭାବି ଏହାକୁ ଯୁବପିଢ଼ି କିଣୁଛନ୍ତି। ଟେଡିର ଦାମ ୧୨୦ଟଙ୍କାରୁ ଆରମ୍ଭ ପାଞ୍ଚ ହଜାର ପର୍ଯ୍ୟନ୍ତ ରହିଛି। ସେହିପରି କିଛି ଯୁବପିଢ଼ି ଛୋଟ ଛୋଟ ଟେଡିଗୁଡ଼ିକ ଏକାଠି କରି କାର୍ଡ ସହିତ ଯୋଡ଼ି କରି ନେଉଛନ୍ତି ବୋଲି ସେ କହିଛନ୍ତି। ସେହିପରି ସୌଭାଗ୍ୟନଗର ଅଞ୍ଚଳର ବ୍ୟବସାୟୀଙ୍କ କହିବା ଅନୁଯାୟୀ ବ୍ଲାକପାଣ୍ଡା, ଠେକୁଆ, କପଲ ଟେଡି ଭଲ ବିକ୍ରି ହେଉଛି। ସେହିପରି ସାମାଜିକ ଗଣମାଧ୍ୟମରେ ଏହି ଡେ’ ପାଇ ସ୍ୱତନ୍ତ୍ର ରିଲ୍ସ ବୁଲୁଛି। ଅବିବାହିତମାନେ ଟଙ୍କା ବଞ୍ଚିଗଲା କହି ରିଲ୍ସ ଛାଡ଼ୁଛନ୍ତି ତ ପ୍ରେମୀ ଯୁଗଳମାନେ ପକେଟ ଖାଲିର ଭିଡିଓ ପୋଷ୍ଟ କରୁଛନ୍ତି।
ସରିଲା ମିଠା ମିଠା ଚକ୍ଲେଟ୍ ଡେ
ପ୍ରେମ ସପ୍ତାହର ତୃତୀୟ ଦିନ ଚକ୍ଲେଟ୍ ଡେ’କୁ କେବଳ ପ୍ରେମୀ ଯୁଗଳ ନୁହେଁ ସମସ୍ତେ ବେଶ ଉତ୍ସାହର ସହ ପାଳନ କରିଛନ୍ତି। ପରସ୍ପରକୁ ଚକ୍ଲେଟ୍ ଖୁଆଇ ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିଛନ୍ତି। ସେଥିପାଇଁ ସାଧାରଣ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ମଲରେ ସାଧାରଣ ଦିନ ଠାରୁ ଅଧିକ ସଂଖ୍ୟାରେ ଚକ୍ଲେଟ୍ ବିକ୍ରି ହୋଇଛି।