ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା କ୍ରୀଡ଼ା ବିଭାଗ

ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣା

କଟକ ୧୦-୦୨-୨୦୨୫(ପିପିଏସ ) : ବାରବାଟୀ ଦିନିକିଆରେ ଫ୍ଲଡ୍ ଲାଇଟ୍ ବନ୍ଦ ବିଭ୍ରାଟ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଏହି ଘଟଣା ଲାଗି ଯିଏ ବି ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାପରେ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ। କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।ସୂଚନାଯୋଗ୍ୟ, ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ ରବିବାର ବଡ଼ ବିଭ୍ରାଟ ଦେଖାଯାଇଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିବାରାତ୍ର ମ୍ୟାଚ୍ ବେଳେ କିଛି ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ଫଳରେ ଅଧାବାଟରେ ମ୍ୟାଚ୍ ଅଟକିଥିଲା। ମ୍ୟାଚ୍ ଅଟିକିବା ପରେ ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ। ଷ୍ଟାଡିୟମରେ ପ୍ରାୟ ୫୦୦୦୦ ଦର୍ଶକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଯେଉଁ କ୍ରିକେଟ୍ପ୍ରେମୀମାନେ କ୍ରିକେଟ୍ ଦେଖିବାକୁ ବାରବାଟୀ ପହଞ୍ଚି ପାରି ନାହାନ୍ତି, ସେମାନେ ଟିଭି ଓ ଅନ୍ୟ ଡିଜିଟାଲ ମିଡିଆ ମାଧ୍ୟମରେ ମ୍ୟାଚ୍ ଦେଖୁଛନ୍ତି। ତେଣୁ ବିରକ୍ତି ପ୍ରକାଶ କରିବା ସ୍ବାଭାବିକ। ମ୍ୟାଚ୍ ଅଟକିବା ପରେ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ଚିନ୍ତା ବଢ଼ି ଯାଇଥିଲା। ତେବେ ପ୍ରାୟ ୨୦ ମିନିଟ୍ ଖେଳ ବନ୍ଦ ରହିବା ପରେ ପୁଣି ଥରେ ମ୍ୟାଚ୍ ଆରମ୍ଭ ହୋଇଥିଲା। 

Leave A Reply

Your email address will not be published.