ପୁଣି ଅଘଟଣ: ସ୍ପଞ୍ଜ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୪ ଶ୍ରମିକ ଗୁରୁତର

ରାଉରକେଲା: ଇସ୍ପାତ୍‌ ନଗରୀ ରାଉରକେଲାରେ ପୁଣି ଅଘଟଣ ଘଟିଛି। ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ଏହି ଅଘଟଣ ଘଟିଛି। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛିl ଏଥିରେ ଚାରି  ଜଣ ଶ୍ରମିକ ଗୁରୁତର ହୋଇଛନ୍ତି l ରାଉରକେଲା ଏକ ଘରୋଇ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି l ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛିlରାଉରକେଲା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛିl ଏଥିରେ ଚାରି  ଜଣ ଶ୍ରମିକ ଗୁରୁତର ହୋଇଛନ୍ତି l ରାଉରକେଲା ଷ୍ଟେସନର ୪ ନଂ ପ୍ଲାଟ୍‌ଫର୍ମ ନିକଟରେ ଗୁରୁବାର ସଂଧ୍ୟା ପ୍ରାୟ ୪ଟା ୪୫ ମିନିଟ୍‌ରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଏହା ପୂର୍ବରୁ ବୁଧବାର ସକାଳୁ ଏକ ମାଲ୍‌ଗାଡ଼ି ନିୟନ୍ତ୍ରଣ ହରାଇ ରେଳସାଇଡିଂ ପାଚେରି ଭାଙ୍ଗି ବସ୍ତି ଭିତରକୁ ମାଡ଼ିଯାଇଥିଲା।ବାସନ୍ତୀ କଲୋନି ମାଲଗୋଦାମ ରେଳସାଇଡିଂ ରେଳଦୁର୍ଘଟଣାର ୩୪ ଘଣ୍ଟା ପରେ ଗୁରୁବାର ସଂଧ୍ୟା ପ୍ରାୟ ୪ଟା ୪୫ ମିନିଟ୍‌ରେ ଷ୍ଟେସନର ୪ ନଂ ପ୍ଲାଟ୍‌ଫର୍ମ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ମୁମ୍ବାଇ-ହାୱଡା ମୁଖ୍ୟମାର୍ଗର ୧୦ ନଂ ଟ୍ରାକ୍‌ରେ ମାଲ୍‌ଗାଡ଼ି ଲାଇଚ୍ୟୁତ୍‌ ହୋଇଥିଲା। ମାଲ୍‌ଗାଡ଼ିର ଗୋଟିଏ ବଗି ଲାଇନ୍‌ରୁ ତଳକୁ ଖସିଯିବା ପରେ ଇଞ୍ଜିନ୍‌ ବଗିକୁ ଛାଡି କିଛି ବାଟ ଚାଲିଯାଇଥିଲା। ଦୁର୍ଘଟଣା ପରେ ବନ୍ଧମୁଣ୍ଡା ଷ୍ଟେସନରେ ହୁଟର (ହର୍ଣ୍ଣ) ବାଜିଥିଲା। ସତର୍କ ସୂଚନା ଶୁଣିବା ପରେ ଟୁଲ୍‌ ଭ୍ୟାନ୍‌ ଓ କ୍ରେନ୍‌ ବିଭାଗର ସମସ୍ତ କର୍ମଚାରୀଙ୍କ ସହ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖୁସିର କଥା ଯେ, ଦୁର୍ଘଟଣାରେ କ୍ଷୟକ୍ଷତି ହୋଇ ନଥିଲା। ସୂଚନାଯୋଗ୍ୟ, ମାଲ୍‌ଗୋଦାମ ଏଫ୍‌ସିଆଇ ବସ୍ତିରେ ଗୁରୁବାର ସକାଳ ପ୍ରାୟ ୬ଟା ୧୦ ମିନିଟ୍‌ରେ ରେଳସାଇଡିଂକୁ ସିମେଣ୍ଟ ବୋଝେଇ ପାଇଁ ଆସିଥିବା ଏକ ମାଲବାହୀ ଟ୍ରେନ୍‌ ଗୋଟିଏ ଲାଇନ୍‌ରୁ ଅନ୍ୟ ଲାଇନ୍‌କୁ ସଣ୍ଟିଂ(ପଛକୁ) କରାଯାଉଥିଲା। ହେଲେ ମାଲ୍‌ଗାଡ଼ିଟି ନିୟନ୍ତ୍ରଣ ହରାଇ ରେଳସାଇଡିଂ ପାଚେରି ଭାଙ୍ଗି ବସ୍ତି ଭିତରକୁ ମାଡ଼ିଯାଇଥିଲା। ଚା’ ଦୋକାନୀ ଓ ବସ୍ତିବାସିନ୍ଦାଙ୍କ ପାଟିଶୁଣି ଲୋକୋପାଇଲଟ୍‌ ବ୍ରେକ୍‌ ଲଗାଇବା ପୂର୍ବରୁ ୪ଟି ବଗି (କଣ୍ଟେନର୍‌) ରାସ୍ତା ଅତିକ୍ରମ କରି ବସ୍ତିସମ୍ମୁଖ ଦୋକାନ ଭାଙ୍ଗି ଭିତରକୁ ପଶିଯାଇଥିଲା। ଚା’ ଦୋକାନୀଙ୍କ ଯୋଗୁ ବଡ଼ଧରଣ ଦୁର୍ଘଟଣା ଟଳିଯାଇଥିଲା। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବସ୍ତିବାସିନ୍ଦା। ହେଲେ ଟ୍ରେନ୍‌ ଧକ୍କାରେ ଚୂର୍‌ମାର୍‌ ହୋଇଯାଇଥିଲା ଅଟୋ, ଦୁଇଟି ବାଇକ୍‌, ୧୦ରୁ ଅଧିକ ଉଠା ଦୋ‌କାନ। ଆଉ ମାତ୍ର ୮ ଫୁଟ୍‌ ମାଡ଼ି ଯାଇଥିଲେ, ବସ୍ତିରେ ଶୋଇଥିବା ଅନେକଙ୍କ ଜୀବନ ଚାଲିଯାଇଥାନ୍ତା

Leave A Reply

Your email address will not be published.