ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : ଉତ୍କର୍ଷ ଓଡ଼ିଶା ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ଆମ ପାଇଁ ଗର୍ବ ଓ ଗୌରବର ଦିନ| ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ ହେଉଛି | ୭ ମାସ ମଧ୍ୟରେ ୫ ଥର ଓଡ଼ିଶା ଗସ୍ତ କରିଛନ୍ତି | ଏହା ହିଁ ଆପଣଙ୍କ ଓଡ଼ିଶା ପ୍ରତି ଆପଣଙ୍କ ଭଲ ପାଇବା | ସବୁ ଗସ୍ତରେ ଆପଣ ଓଡ଼ିଶାକୁ କିଛି ନା କିଛି ଉପହାର ଆଣିକରି ଆସିଥାନ୍ତି ଏବଂ ଆଜି ତ ଆମ ପାଇଁ ବିଶେଷ ମୁହୂର୍ତ୍ତ | ଆଜି ଯେଉଁ ଉପହାର ଆଣି କି ଆସିଛନ୍ତି ତାହା ଆମ ରାଜ୍ୟର ଓଡ଼ିଶାର ଦିଶା ବଦଳାଇ ଦେବ | ପୂର୍ବୋଦୟ ଢାଞ୍ଚାର ଆଜି ଶୁଭାରମ୍ଭ ହେବାକୁ ଯାଉଛି | ସେଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ | ଆପଣଙ୍କ ଉପସ୍ଥିତି ପୁଞ୍ଜି ନିବେଶକାରୀଙ୍କ ମନବଳ ବଢାଇବ।ଏଣେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ ଦେଇ କହିଛନ୍ତି, ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ | ଏହା ପ୍ରକୃଷ୍ଟ ସମୟ | ଆପଣଙ୍କୁ ଓଡ଼ିଶା ସ୍ୱାଗତ କରୁଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ। ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା। ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି | ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ।ମାଲକାନଗିରି, ରାୟଗଡ଼ା, କେନ୍ଦୁଝରରେ ଫୁଡ଼ ପ୍ରସେସିଂ ପାଇଁ ସମ୍ଭାବନା ରହିଛି।ସ୍କିଲଡ ଇନ ଓଡ଼ିଶା ଭଳି ପଦକ୍ଷେପ ଆମେ ନେଇଛୁ।

Leave A Reply

Your email address will not be published.