ଆଉ ୪ ଦିନ ‘ଇ-କେୱାଇସି’ ଅପଡେଟ୍ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର ୨୭-୦୧-୨୦୨୫-(ପିପିଏସ) : ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି । ଯଦି ସମୟ ସୁଦ୍ଧା ଏହା ନସରେ ପରବର୍ତ୍ତୀ ସମୟରେ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।ରାଜ୍ୟର ୪୦ ଲକ୍ଷ ୪୦ ହଜାର ୮୬୪ ରାସନ କାର୍ଡ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି ।ମୋଟ ୩କୋଟି ୩୫ ଲକ୍ଷ ୫୭୦ ହିତାଧିକାରୀଙ୍କ ମଧ୍ୟରୁ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ଜଣଙ୍କର ଇ-କେୱାଇସି ସରିଛି । ଏହା ମୋଟ ହିତାଧିକାରୀଙ୍କ ୮୮ ପ୍ରତିଶତ ବୋଲି ସୂଚନା ଦେଇଛନ୍ତି।କାର୍ଡରେ ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇ-କେୱାଇସି କରିବାକୁ ବହୁ ହିତାଧିକାରୀ ଆସୁ ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟ ବାହାରେ ୧ ଲକ୍ଷ ୩୦ ହଜାର ୨୬ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.