ଜିଲ୍ଲାପାଳଙ୍କ କମ୍ପାନୀ ପ୍ରୀତି !

କଟକ ୧୭-୦୧-୨୦୨୫(ପିପିଏସ) : ନବୀନ ସରକାର ଗାଦୀଚ୍ୟୁତ ହେବା ୬ମାସ ଟପିଲାଣି, ମାତ୍ର କେତେକ ଅଧିକାରୀ ନିଜକୁ ସେହି ଢାଞ୍ଚାରୁ ବାହାରକୁ ଆଣିପାରୁନାହାନ୍ତି। ଜନତାଙ୍କ ଉପରେ ଏମାନେ ଦାଉ ସାଧୁଛନ୍ତି । ହାକିମାତି ଦେଖାଉଛନ୍ତି । ଜେଲ୍‌ରେ ଭର୍ତ୍ତି କରିବାକୁ ଧମକ ଚମକ ବି ଦେଉଛନ୍ତି । ଜନତା କି ଜନପ୍ରତିନିଧ ନୁହେଁ, ବରଂ ସେମାନେ ହିଁ ସର୍ବେସର୍ବା ବୋଲି ନିଜକୁ ବିଚାରୁଛନ୍ତି । ବିଜେଡି ଏଜେଣ୍ଡା କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ରହୁଥିବା ଏଭଳି କାର୍ପଟଦାର ବାବୁମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଛନ୍ତି ଜନତା । ଜନମତ ବା ଜନସ୍ୱାର୍ଥର ସୁରକ୍ଷା କରିବା ଯେଉଁ ଅଧିକାରୀଙ୍କ କାର୍ଯ୍ୟ, ସେ ଓଲଟା ଜନତାଙ୍କ ପାଇଁ ସାଜିଛନ୍ତି ‘କାଳ’ । ଏଭଳି ଅଭିଯୋଗ ମିଳିଛି କଟକ ଜିଲ୍ଲା ଚୌଦ୍ଵାର ଅଞ୍ଚଳର ବାଣୀପଦାରୁ। ଜିଲ୍ଲାପାଳ ଭାଉସାହେବ ଦାଉ ସାଧୁଛତି ଏଠାକାର ୧୦ ହଜାରରୁ ଊର୍ଦ୍ଧ୍ଵ ଜନତାଙ୍କ ଉପରେ । ଗାଁର ଚାରଣଭୂଇଁ, ଖେଳପଡ଼ିଆ, ରାସ୍ତା ସବୁକିଛି କମ୍ପାନୀ ହାତରେ ଟେକିଦେବାକୁ ବସିଛନ୍ତି ଭାଉସାହେବ । ଇଡ୍‌କୋକୁ ସାହାରା କରି ଭିଟାମାଟି ଛଡ଼ାଇନେବାକୁ ସେ ଉଦ୍ୟମ ଚଳାଇଥିବା ଆଶଙ୍କା କରୁଛନ୍ତି ଗ୍ରାମବାସୀ । ଆଜିକୁ ୮୦ ବର୍ଷ ତଳେ ଉଦ୍‌ବାସ୍ତୁ ହେବାର ଦଣ୍ଡ ଭୋଗିଥିଲା ଏହି ଗାଁ । ଏବେ ତାହା ପୁଣି ଅତିକ୍ରମଣର ଶିକାର ହେବାକୁ ବସିଛି । ଏମିତି ତ ଗ୍ରାମବାସୀଙ୍କ ସଂଖ୍ୟା ବଢ଼ିଚାଲିଛି ଯାହାପାଇଁ ଘରବାଡ଼ିର ଅଭାବ ମଧ୍ଯ ରହିଛି। ପୁଣି ଗୃହପାଳିତ ପଶୁଙ୍କ ପାଇଁ ଚାରଣ ଜମିର ଅଭାବ ଦେଖାଦେଇଛି। ଏପରି ଅବସ୍ଥାରେ ଠିକ୍ ଗ୍ରାମକୁ ଲାଗି, ମାତ୍ର ୧୦ମିଟର ବ୍ୟବଧାନରେ ‘ବ୍ରାଡମୋରିସ୍’ ନାମକ ଏକ କମ୍ପାନୀକୁ ଇଡ୍‌କୋ, କାହା ସହ ପରାମର୍ଶ ନକରି ଲିଗ୍‌ଦେବା ଘଟଣାକୁ ଆଦୌ ଗ୍ରହଣ କରିପାରିନାହାନ୍ତି ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧ ।

ଏଇଠୁ ବିବାଦ

ଟାଙ୍ଗା-ଚୌଦ୍ଵାର ଅଞ୍ଚଳରେ ପତିତଜମି ଅନେକ ରହିଛି। କିନ୍ତୁ ଆବାଦଯୋଗ୍ୟ ଅନାବାଦୀ ଚୀ ଜମିକୁ ଜମିକୁ ଦଖଲା ଦଖଲକୁ ନେଇ ଗ୍ରାମକୁ ଲାଗିକରି କାରଖାନା ପାଇଁ ଇଡ୍‌କୋ ଲିଜ୍ ଦେଇଦେବା ପ୍ରକ୍ରିୟାକୁ ବିରୋଧ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଶ୍ରୀ ମହତାବ କେବଳ ଲିଜ୍ ବାତିଲ ନୁହେଁ, ଇଡ୍‌କୋ ସେ ଜମିକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରିଦେଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ୨୦ ୨୪ ଅକ୍ଟୋବର ୧ ତାରିଖରେ ଅବଗତ କରାଇଥିଲେ । ପୂର୍ବ ସରକାରର ତ୍ରୁଟିକୁ ଏବେକାର ସରକାର ଅନେକ ସଂଶୋଧନ କରୁଛନ୍ତି। ଏ ପ୍ରସଙ୍ଗରେ ମଧ୍ୟ ସରକାର ଶୀଘ୍ର ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଗ୍ରାମସଭାର ବିନା ଅନୁମୋଦନରେ ଏବଂ କ୍ଷତିଗ୍ରସ୍ତ ହେବାକୁ ଥିବା ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧସରେ ଜିଲ୍ଲା ପ୍ରଶାସନ ଦଳବଳ ସହ ଗାଁରେ ପହଞ୍ଚି ଅହେତୁକ କମ୍ପାନୀ ପ୍ରୀତି ପ୍ରଦର୍ଶନ କରିବା ଘଟଣା ଜଣାଶୁଣା ମହଲକୁ ଆଶ୍ଚର୍ଯ୍ୟକରିଛି । ଲୋକ ସରକାରରେ ଏଭଳି କିପରି ହେଉଛି ବୋଲି । ପ୍ରଶ୍ନଉଠିଛି । ଜିଲ୍ଲାପାଳ ପୂର୍ବ ସରକାର ଅମଳରେ ହୋଇଥିବା ଏକ ଅପରିଣାମଦର୍ଶୀ ନିଷ୍ପରିକୁ କାର୍ଯ୍ୟକାରୀ କରିବାରେ କଳବଳ ଖଟାଇଦେଇଥିବାରୁ, ଏହାକୁକଡ଼ାଭାଷାରେ ସମାଲୋଚନା କରିଛନ୍ତି ସ୍ଥାନୀୟ ଜନସାଧାରଣ । ଜିଲ୍ଲାପାଳ ନିଜର କେଉଁ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ କମ୍ପାନୀକୁ ସୁରକ୍ଷା ଦେଉଛନ୍ତି ଏବଂ ଇଡ୍‌କୋ ଅଧୁକାରୀମାନେ ସ୍ଥାନୀୟ ଗ୍ରାମବାସୀଙ୍କ ଭବିଷ୍ୟତ ସହ ଏପରି କାହିଁକି ଖେଳୁଛନ୍ତି ତାହା ବୁଝାପଡୁନାହିଁ ବୋଲି କହିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ । ଖୋଦ୍ ଜିଲ୍ଲାପାଳ କମ୍ପାନୀକୁ ଜମି ନମିଳିଲେ ଏହାକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ଜେଲ୍‌ରେ ପୂରାଇ ଦେବାକୁ ଧମକ ଦେଉଥିବା କଥା ଚର୍ଚ୍ଚାକୁ ଆସିବା ପରେ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ଘଟଣାରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ସିଧା ହସ୍ତକ୍ଷେପ ଲୋଡ଼ିଛନ୍ତି । ଘଟଣା ସମ୍ପର୍କରେ ଭାରତୀୟ ଜନତା ପାର୍ଟିର ବରିଷ୍ଠନେତା ନୟନକିଶୋର ମହାରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସହ କଟକ ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଭାରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏଭଳି ବେନିୟମ ଓ ଜନବିରୋଧୀ ରୋଧୀ କାର୍ଯ୍ୟରୁ ପ୍ରଶାସନ କ୍ଷାନ୍ତରହିବାକୁ ନିର୍ଦ୍ଦେଶ ଦେବାନିମନ୍ତେ ନିବେଦନ କରିଥିଲେ । ମାତ୍ର ଜିଲ୍ଲାପାଳ ଓ ତାଙ୍କ ଟିମ୍ ବିଜେଡିର ଜନୈକ ନେତା ତାଙ୍କ ଇଙ୍ଗିତରେ ‘ବ୍ରାଡମୋରିସ୍’କୁ ଜମିଦେବାକୁ ପଣ କରିଥିବା କୁହାଯାଉଛି । ଗ୍ରାମସଭା ନକରି ପ୍ରଶାସନ ଗ୍ରାମବାସୀଙ୍କ ଉପରେ ରେ ପ୍ରକଳ୍ପ ଲଦିଦେବାକୁ ଯେଉଁ ବେନିୟମ କାର୍ଯ୍ୟ କରୁଛନ୍ତି ଏବଂ ଯେଭଳିପ୍ରଚ୍ଛଦପଟ୍ଟର ବିଜେଡିନେତାଙ୍କଦ୍ୱାରା ପରିଚାଳିତ ହେଉଛନ୍ତି; ତାହାର ତଦନ୍ତ କରିବାକୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଆବଶ୍ୟକ ହେଲେ ଜିଲ୍ଲାପାଳଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳବାସୀ ଓ ଭାରତୀୟ ଜନତାପାର୍ଟିର ହଜାର ହଜାର କର୍ମୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରସଙ୍ଗରେ ଇଡ୍‌କୋ ଅଧୁକାରୀଙ୍କ କାର୍ଯ୍ୟ ମଧ୍ୟ । ସନ୍ଦେହକୁ ଚାଲିଆସିଛି। ବୁଧବାର ଘଟଣାସ୍ଥଳ ପରିଦର୍ଶନରେ ଆସିଥିବା ଟିମ୍ ଗ୍ରାମବାସୀଙ୍କ ସହ ଆଲୋଚନା ନକରି, ଜିଲ୍ଲାପ୍ରଶାସନ ଓ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶପାଇଛି। କମ୍ପାନୀ ପ୍ରତିଷ୍ଠା ପାଇଁ ଗ୍ରାମ ଧ୍ବଂସ ହେବାକୁ ଦିଆଯିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଗ୍ରାମବାସୀ । ଦିନକୁ ଦିନ ଏହି ଘଟଣା ଜଟିଳ ହେବାରେ ଲାଗିଛି । ଏହାକୁ ନେଇ ବଡ଼ଧରଣର ଆନ୍ଦୋଳନ ମୁଣ୍ଡଟେକୁଥିବା ଜଣାଯାଇଛି । ଶୁଣାଯାଉଛି ଯେ ଗୁରୁବାର ଏହି ଜମି ହସ୍ତାନ୍ତର ନିମନ୍ତେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ଟିମ୍ ବେଣାପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ । ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନାହିଁ।

Leave A Reply

Your email address will not be published.