ମାଗଣାରେ ପର୍ଯ୍ୟଟକ ବୁଲିବେ ସୂର୍ଯ୍ୟ ମନ୍ଦିର
ସୂର୍ଯ୍ୟ ମନ୍ଦିର ପରିଦର୍ଶନ ନିମନ୍ତେ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କ ନିମନ୍ତେ ଏଏସଆଇ ପକ୍ଷରୁ ନିର୍ଦ୍ଧାରିତ ଫି ଦେଇ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥାନ୍ତି। ଶାମ୍ବଦଶମୀ ଅବସରରେ ପ୍ରବେଶ ଶୁଲ୍କ ଲାଗୁ ହେବ ନାହିଁ।
କୋଣାର୍କ/ଭୁବନେଶ୍ୱର ୦୮-୦୧-୨୦୨୫(ପିପିଏସ) : ରାତି ପାହିଲେ ଶାମ୍ବଦଶମୀ ହେବ। ଏହି ଅବସରରେ ପର୍ଯ୍ୟଟକ ଓ ଜନସାଧାରଣ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମାଗଣାରେ ପ୍ରବେଶ କରିପାରିବେ। ଗୁରୁବାର ଶାମ୍ବଦଶମୀ ଅବସରରେ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କ ନିମନ୍ତେ ପ୍ରବେଶ ଫି ଛାଡ କରାଯାଇଛି ବୋଲି ଏଏସ୍ଆଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
କୋଣାର୍କକୁ ଏବେ ଦୈନିକ ହାରାହାରି ୧୦ ହଜାର ପର୍ଯ୍ୟଟକ ଆସୁଛନ୍ତି। ପବିତ୍ର ଶାମ୍ବଦଶମୀ ଅବସରରେ ଏଏସଆଇ କର୍ତୃପକ୍ଷଙ୍କ ଷ୍ଟାଣ୍ଡିଂ ସରକାରୀ ନିର୍ଦେଶନାମା ମୁତାବକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କ ନିମନ୍ତେ ପ୍ରବେଶ ଶ୍ଲୁକ ଛାଡ କରାଯାଇଛି।
ସୂଚନା ଥାଉକି ସୂର୍ଯ୍ୟ ମନ୍ଦିର ପରିଦର୍ଶନ ନିମନ୍ତେ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କ ନିମନ୍ତେ ଏଏସଆଇ ପକ୍ଷରୁ ନିର୍ଦ୍ଧାରିତ ଫି ଦେଇ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥାନ୍ତି। ମାତ୍ର କୋଣାର୍କ ସୁରକ୍ଷା ସମିତିର ରାଜ୍ୟ ଆବାହକ ସ୍ବର୍ଗତ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର ଓ ସମିତିର ସଭାପତି ସ୍ବର୍ଗତ ବାଦଲ ଦାଶଙ୍କ ସମେତ କର୍ମକର୍ତ୍ତାମାନଙ୍କ ନିରବଛିନ୍ନ ଆନ୍ଦୋଳନ ଯୋଗୁଁ ୨୦୦୦ ମସିହା ଠାରୁ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବର୍ଷ ଶାମ୍ବଦଶମୀ, ମାଘ ଶୁକ୍ଲପକ୍ଷ ସପ୍ତମୀ ଓ ବିଶ୍ବ ଐତିହ୍ୟ ଦିବସ ଅବସରରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କ ନିମନ୍ତେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶ୍ଲୁକ ଛାଡ଼ କରାଯାଇଛି।
ପବିତ୍ର ଶାମ୍ବଦଶମୀ ଅବସରରେ ଏଏସଆଇ କର୍ତୃପକ୍ଷଙ୍କ ଷ୍ଟାଣ୍ଡିଂ ସରକାରୀ ନିର୍ଦେଶନାମା ମୁତାବକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପର୍ଯ୍ୟଟକ ଓ ଜନସାଧାରଣମାନଙ୍କ ନିମନ୍ତେ ପ୍ରବେଶ ଶ୍ଲୁକ ଛାଡ କରାଯାଇଛି। ଓଡିଶା ତଥା ଓଡ଼ିଶା ବାହାରର ପର୍ଯ୍ୟଟକ, ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଶାମ୍ବ ଦଶମୀ ଅବସରରେ ବିନା ପ୍ରବେଶ ଶ୍ଲୁକରେ ଗୁରୁବାର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ।