Yearly Archives

2024

ଆଦୌ ବିଚଳିତ ନ ହେବାକୁ ଅପିଲ କଲେ ରାଜସ୍ବ ମନ୍ତ୍ରୀ

ପୁରୀ ଓ ସାଗର ଦୀପ ଭିତରେ ସ୍ଥଳ ଭାଗରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆମ ପାଖରେ ଯାହା ସୂଚନା ରହିଛି, ବାତ୍ୟା ‘ଦାନା’ ପିକ୍ ସମୟରେ ସ୍ଥଳ ଭାଗରେ ଘଣ୍ଟା ପିଛା ୧୧୦ରୁ ୧୨୦ କିମି ବେଗରେ ଯିବା ସମ୍ଭାବନା ରହିଛି। ଭୁବନେଶ୍ବର:

୨୩ ତାରିଖ ପରଠାରୁ ପବନର ବେଗ ବଢ଼ିବ, ୨୪ ପରେ ପ୍ରବଳ ବର୍ଷିବ: ଆଇଏମ୍‌ଡି

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗୋଟିଏ ୱେଲମାର୍କ ଲୋକେସେନ ଅଞ୍ଚଳ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ୨୩ ତାରିଖ ପରଠାରୁ ପବନର ବେଗ ବଢ଼ିବ ଓ ୨୪ ପରେ ପ୍ରବଳ ବର୍ଷିବ। ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ)

ଭରତପୁର ଥାନା ଘଟଣା: ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

କଟକ,୧୯-୧୦-୨୦୨୪(ପିପିଏସ ) : ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ସବ୍‌ଇନ୍‌ସପେକ୍ଟର ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା ରଥ ଓ ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢ଼ିଛି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି

ଝାରପଡ଼ା ଜେଲ୍‌ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ୯ବର୍ଷ ଭିତରେ ୧୧ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଘଟଣାକୁ ନେଇ ପୁଣି ବିବାଦ ଭିତରକୁ ଆସିଛି ଏହି ଜେଲ୍‌।  ଆଜି ହଠାତ୍ ମୃତ୍ୟୁର ଶିକାର ହୋଇଥିବା

ଏକାମ୍ରକ୍ଷେତ୍ରକୁ ଅଣଦେଖା: ହବିଷିଆଳିଙ୍କ ପାଇଁ ନାହିଁ ସୁବିଧା

ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : କାର୍ତ୍ତିକ ମାସ ଆରମ୍ଭ ପରେ ଏକାମ୍ରକ୍ଷେତ୍ରକୁ ହବିଷ୍ୟାଳି ଆସୁଛନ୍ତି। ବିନ୍ଦୁସାଗର ନିକଟରେ ଥିବା ଧର୍ମଶାଳାରେ ରହି ସେମାନେ ହବିଷ ପାଳନ କରନ୍ତି। ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ୪ଟି ସ୍ଥାନରେ ୨,୫୦୦ ହବିଷ୍ୟାଳିଙ୍କ ପାଇଁ ରହିବା ବ୍ୟବସ୍ଥା

ରାଜଧାନୀରେ ସେକ୍ସ ରାକେଟ୍‌ ସନ୍ଦେହରେ ପୁଲିସର ଚଢାଉ: ୨ ଯୁବତୀ ଉଦ୍ଧାର, ଜଣେ ଯୁବକ ଅଟକ

ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ରାଜଧାନୀରେ ସେକ୍ସ ରାକେଟ୍‌ ସନ୍ଦେହରେ ପୁଲିସର ଚଢାଉ। ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୁଲିସ ଚଢାଉ କରିଛି। ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି । ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହାକୁ ନେଇ

ମାନସିକ ଅନଗ୍ରସର ବ୍ୟକ୍ତି ସଂଜ୍ଞାହୀନ ଅବସ୍ଥାରେ ନାଳ ଭିତରୁ ଉଦ୍ଧାର

ରାଇରଙ୍ଗପୁର/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ବ୍ଲକ୍ ଅନ୍ତର୍ଗତ ସାନଡାଳିମା ଛକ ନିକଟରେ ଏକ ନାଳ ଭିତରେ ଥିବା ଘଞ୍ଚ ବୁଦାରୁ ଜଣେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିବା ଦେଖି ସ୍ଥାନୀୟ ବଡ଼ଡାଳିମା ପିଇଓ

ଓଏଏସ୍‌ ରେଜଲ୍ଟ-୨୦୨୨ ପ୍ରକାଶିତ: ୬୮୩ ଜଣ କୃତକାର୍ଯ୍ୟ

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ବହୁ ପ୍ରତିକ୍ଷୀତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ର ଫଳ ଶନିବାର ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଉଦ୍ୟମରେ ଶ୍ବେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ସହ ସଫଳତା ହାସଲ

ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ଘଟଣାର ଖୋଳତାଡ଼

ପାରାଦୀପ ସମୁଦ୍ରପଥ ଦେଇ ବଢ଼ୁଛି ଚୋରା ନିଶା କାରବାର। ଗତକାଲି ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ଏହି ସନ୍ଦେହ ବଢ଼ିବାରେ ଲାଗିଛି। କେତେକ ନିର୍ଦ୍ଦିଷ୍ଟ ଅଣ ପଞ୍ଜୀକୃତ ମାଛଧରା ଡଙ୍ଗାରେ ଏ ସବୁ କାରବାର ଚାଲିଥିବା କୁହାଯାଉଛି। ଜଗତସିଂହପୁର/ଭୁବନେଶ୍ୱର,

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ

ସୁନ୍ଦରଗଡ଼/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ସକାଳୁ ସକାଳୁ ସୁନ୍ଦରଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଆଶ୍ବସ୍ଥି ଏସ। ସେ ପ୍ରଥମେ ମାତୃ ଓ