Yearly Archives

2024

ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ିପାଉଁଶ ହୋଇଯାଇଛି। ଭୁବନେଶ୍ୱର,୦୧-୧୧-୨୦୨୪(ପିପିଏସ):ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ 

ଜନ୍ମମାଟିରେ  କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିନରେ  ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ ପୂଜା ଓ ଦୀପାବଳି ଉତ୍ସବ ଏବଂ ଏହାକୁ ସେ ନିଜ ଗାଁରେ ପାଳନ କରିଛନ୍ତି।

ପୁରୀରେ ବାଣ ବିସ୍ଫୋରଣ

ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଖି ବୁଜିଲେ ଯୁବକ ପୁରୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁରେ ବାଣ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର

ଏ ଏସ ଆଇର ମନମାନି:ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ

ଆମ୍ବୁଲାନ୍ସ ପାଇଁ ବି ଫିଟୁନି ତାଲା କୋଣାର୍କ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ଵରେ ଥିବା ଏ ଏସ ଆଇର ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଅଧିନରେ

୪୦୮ ଗାଁକୁ ଡିବିରି ଭରସା: ପାଖରେ ଦୁଇଟି ଜଳବିଦ୍ୟୁତ୍‌ ପ୍ରକଳ୍ପ ଥାଇ ବି ଅନ୍ଧାରରେ ଗ୍ରାମବାସୀ

କୋରାପୁଟ ଜିଲ୍ଲାର ୪୦୮ଗାଁକୁ ବିଦ୍ୟୁତ୍‌ ସେବା ସ୍ବପ୍ନ ପାଲଟିଛି। ଡିବିର ଓ ଜହ୍ନ ଆଲୁଅ ଏହି ଗ୍ରାମବାସୀଙ୍କ ପାଇଁ ଆଲୋକର ମାଧ୍ୟମ ପାଲଟିଛି। ପାଠପଢ଼ାଠୁ ରାତ୍ରି ଭୋଜନ, ଜାନିଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁକିଛି ଏମାନେ ଡିବିର ଆ‌ଲୁଅ ମାଧ୍ୟମରେ ହିଁ କରିଥାନ୍ତି।

ପରକ୍ରିୟାରୁ ଗଡ଼ିଲା ୫ ମୁଣ୍ଡ

ସୁନ୍ଦରଗଡ଼ରେ ୩ ମହିଳାଙ୍କ ସମେତ ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ  ସୁନ୍ଦରଗଡ଼/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ଗୋଷ୍ଠୀ ସଂଘର୍ଷ କାରଣରୁ ୩ ଜଣ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ୪ ଜଣ

ଶ୍ରୀମନ୍ଦିରରେ ବନକଲାଗି ନୀତି: ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ

ପୁରୀ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା

ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହା ହାଇକୋର୍ଟରେ କାଏମ ରହିଛି। କଟକ, ୩୦-୧୦-୨୦୨୪ (ପିପିଏସ ):

ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ୩ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଟଙ୍କା ଜରିମାନା

ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ତିନି ବର୍ଷ ଜେଲଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ହୋଇଛି। ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଜଜ ସସ୍ମିତା ପରହୀ ଜିଲ୍ଲାର ବଣାଇ ତହସିଲ ଅଧୀନରେ କାର୍ଯ୍ୟ କରିଥିବା ନୃସିଂହ ଚରଣ ତ୍ରିପାଠୀ (୭୮)ଙ୍କ ବିରୋଧରେ ହୋଇଥିବା ମାମଲାର ବିଚାର କରି

ଦୀପାବଳିରେ ଏସବୁ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ବନ୍ଦ

ଦୀପାବଳି ଖୁସି ଏବଂ ଆଲୋକର ପ୍ରତୀକ। କିନ୍ତୁ ଚଳିତ ବର୍ଷ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି... ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ପରିବେଶ ଏବଂ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି