ତ୍ରିଦଣ୍ଡୀ ମଠରେ ବୋମାମାଡ଼ ମାମଲା: ବନ୍ଧା ହେଲେ ବାବା‌,

ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ତ୍ରିଦଣ୍ଡୀ ଗୌଡ଼ୀୟ ମଠରେ ହୋଇଥିବା ବୋମାମାଡ଼ ଓ ମୃତ୍ୟୁ ମାମଲା ଆଜି ନୂଆ ମୋଡ଼ ନେଇଛି। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମ୍ପୃକ୍ତ ମଠର ବାବା ଅକିଞ୍ଚନ ମହାରାଜଙ୍କୁ ଗିରଫ କରିଛି। ମୃତ ବାବାଙ୍କ ମୃତ୍ୟୁକାଳୀନ ଜମାନବନ୍ଦି ଅଭିଯୁକ୍ତ ବାବାଙ୍କ ପାଇଁ ବିପଦ ହୋଇଛି। ଜେରା କଲା ବେଳେ ପୁଲିସ ପାଇଥିବା ପ୍ରମାଣ ଆଧାରରେ ଗିରଫ କରାଯାଇଛି। ପୂର୍ବରୁ ଏହା ମରଣାନ୍ତକ ଆକ୍ରମଣ ମାମଲା ଥିଲା। ଅଭିଯୁକ୍ତ ବାବାଙ୍କୁ ଜେରା କଲା ବେଳେ ପ୍ରମାଣ ମିଳିଥିବାରୁ ଏହା ହତ୍ୟା ମାମଲାକୁ ପରିବର୍ତ୍ତନ ହୋଇଥିବା ପୁଲିସ କହିଛି। 

ସୁବଳ ସଖା ତ୍ରିଦଣ୍ଡୀ ମହାରାଜା ବାବା ସୁବଳ ସଖା ଶୋଇଥିବା ବେଳେ, ଅଭିଯୁକ୍ତ ବାବା ଅକିଞ୍ଚନ ଘର ଝରକା ପଟେ ନିଆ ଫିଙ୍ଗିବା ପରେ ଏକ ବଡ଼ ଧରଣର ବିସ୍ପୋରଣ ହୋଇଥିଲା। ମୃତ୍ୟୁପୂର୍ବରୁ ବାବା ସୁବଳ ସଖା ଅଭିଯୁକ୍ତଙ୍କ ବିରୋଧରେ ଏଭଳି ବୟାନ ଦେଇଥିଲେ। ଫଳରେ ବାବା ସୁବଳ ସଖା ଗୁରୁତର ଆହତ ହୋଇ ୭ ଦିନ ଚିକିତ୍ସାଧୀନ ଥିଲେ। ଗତ କାଲି ତାଙ୍କର ମୃତ୍ୟୁ ହୋଇଥିଲା। ବାବା ସୁବଳ ସଖା ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନ ଅନୁସାରେ ଅକିଞ୍ଚନ ମହାରାଜଙ୍କର ତାଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା। ବିଭିନ୍ନ ସମୟରେ ସେ ଆକ୍ରୋଶମୂଳକ ପଦକ୍ଷେପ ନେଉଥିଲେ। 

ଜେରା ବେଳେ ମୃତ ବାବାଙ୍କ ଅଭିଯୋଗର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ଅଭିଯୁକ୍ତ ଅକିଞ୍ଚନ। ଏବେବି ମାମଲାରେ ତଦନ୍ତ ଜାରି ରହିଛି। ଅକିଞ୍ଚନଙ୍କ ସହ ଆଉ ‌ଗୋଟିଏ ଗୋଷ୍ଠୀ ରହିଥିବା ପୁଲିସ ସନ୍ଦେହ କରୁଛି। ଏଣୁ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଏ ଦିଗରେ ଖୋଳତାଡ଼ ଚାଲିଥିବା ପୁଲିସ କହିଛି। ୨୦୨୪ ନଭେମ୍ବର ମାସରେ ମଠର ଦାବିଦାରକୁ ନେଇ ଗଣ୍ଡୋଗୋଳ ହୋଇଥିଲା। ମଠରେ ଦୁଇ ଗୋଷ୍ଠୀ ହୋଇଯାଇଥିଲେ। ମଠର ସମ୍ପତ୍ତି ଓ ଘରଭଡ଼ା ବାବଦରେ ମିଳୁଥିବା ଅର୍ଥକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଥିଲା। ହତ୍ୟାର ଶିକାର ବାବା ସୁବଳ ସଖା ଅଭିଯୁକ୍ତ ଅକିଞ୍ଚନ ମହାରାଜ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏଣୁ ମଠର ଉତ୍ତରାଧିକାରୀ ବିବାଦ ଯୋଗୁ ବାବା ସୁବଳ ସଖାଙ୍କୁ ରାସ୍ତାରୁ ହଟା ଯାଇଥିବା ପୁଲିସର ସନ୍ଦେହ କରିଥିଲା। ଏହି ଦିଗରେ ପଚରାଉଚରା ପରେ ଅକିଞ୍ଚନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅଭୁଯୁକ୍ତ ବାବାଙ୍କ୍ ବିରୋଧରେ ୧୦୩(୧) ଓ ୩୨୬ (ଜି) ବଳରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.